Odiapua.com

ତିହିଡ଼ି ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିର ତିହିଡ଼ି ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୧୧ ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୦୫ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଓ ୬ଟି ସାମୂହିକ ସମସ୍ୟା ମୂଳକ ଅଭିଯୋଗ ଥିଲା । ଭଦ୍ରକ ଜିଲ୍ଲାପରିଷସଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ତିହିଡ଼ି ବି.ଡ଼ି.ଓ. ଜ୍ୟୋତିର୍ମୟ କର, ଡେପୁଟୀ କଲେକ୍ଟର ରାଜୀବ ହାଁସଦା ପ୍ରମୁଖ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ଜଣେ ଦିବ୍ୟାଙ୍ଗ ବାଳିକାକୁ ତିନିଚକିଆ ସାଇକେଲ ଓ ଜଣେ ଶ୍ରୁତିବାଧିତଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଆଗତ ସମସ୍ତ ଅଭିଯୋଗ ମଧ୍ୟରେ ଭତ୍ତା, ରେସନକାର୍ଡ଼ ଓ ରାସ୍ତା ସମ୍ବନ୍ଧୀୟ କେତେକ ଅଭିଯୋଗ ଥିଲା । ସମସ୍ତ ଅଭିଯୋଗର ସମାଧାନ ପାଇଁ ପଦକ୍ଷେପ ନେବାକୁ ଶିବିରରେ ଉପସ୍ଥିତ ସଂଯୁକ୍ତ ଜିଲ୍ଲା ସ୍ତରୀୟ ଓ ଉକ୍ତ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।