Odiapua.com

ତିହିଡ଼ି ବ୍ଲକ୍‌ରେ ମିଳିତ ଜନ ଶୁଣାଣି ଶିବିର, ୧ଲକ୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ତିହିଡ଼ି ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ୍‌୍‌୍‌ଏ.ଏସ୍‌.ପି. ବାମଦେବ ସିଂ ଏହି ଶିବିରରେ ଯୋଗଦେଇ ସମୁଦାୟ ୮୫ଟି ଅଭିଯୋଗ ଶୁଣିଥିଲେ । ସେଥିମଧ୍ୟରେ ୭୩ଟି ବ୍ୟକ୍ତିଗତ ସମସ୍ୟା ଓ ୧୨ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ସିଡିଓ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ବି.ଡି.ଓ ଜ୍ୟୋତିର୍ମୟ କର ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ଆଗତ ସମସ୍ତ ଅଭିଯୋଗ ମଧ୍ୟରେ ସି.ଏମ୍‌.ଆର୍‌.ଏଫ୍ ସମ୍ବନ୍ଧୀୟ ୮ଟି ଓ ରେଡ଼କ୍ରସ୍ ପାଣ୍ଠି ସମ୍ବନ୍ଧୀୟ ୧ଟି ଆବେଦନର ଶୁଣାଣି କରି ଚିକିତ୍ସା ପାଇଁ ଆବେଦକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ସି.ଏମ୍‌.ଆର୍‌.ଏଫ୍‌ରୁ ପାଇଥିବା ବ୍ୟକ୍ତିମାନେ ହେଲେ ତିହିଡ଼ିର ଶାନ୍ତିଲତା ପଣ୍ଡାଙ୍କ୍‌ୁ ୨୫ ହଜାର, ପାଳିଆ ବିନ୍ଧାର ନୟନା ସାହୁଙ୍କୁ ୧୦ ହଜାର ଋକ୍ମଣୀ ରଣାଙ୍କୁ ୮ହଜାର, ଶର୍ମିଳା ରଣାଙ୍କୁ ୮ହଜାର, ମାହୁନ୍ତପୁରର ପ୍ରମୋଦ ମଲ୍ଲିକଙ୍କୁ ୧୦ ହଜାର, କାଞ୍ଚନପୁରର ଶାନ୍ତନୁ କୁମାର ଦାସଙ୍କୁ ୧୦ ହଜାର, ତିହିଡ଼ିର ରଞ୍ଜନ କୁମାର ଦାସଙ୍କୁ ୧୫ ହଜାର, ରୀମାରାଣୀ ବେହେରାଙ୍କୁ ୧୦ ହଜାର ଏବଂ ରେଡ଼୍‌କ୍ରସ ପାଣ୍ଠିରୁ ଇଚ୍ଛାପୁରର ଶାନ୍ତନୁ କୁମାର ଦାସଙ୍କୁ ୧୦ ହଜାର, ସମୁଦାୟ ୧ ଲକ୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ । ସାମାଜିକ ସୁରକ୍ଷା ଯୋଜନାରେ ତିନିଚକିଆ ସାଇକେଲ ୩ଟି, ହ୍ୱିଲଚେୟାର ୧ଟି ଏବଂ କ୍ରଚେସ୍ ଏକହଳ ପ୍ରଦାନ କରାଯାଇଥିଲା । ବାଦ୍ଧ୍‌୍‌ର୍କ୍ୟ ଭତ୍ତା, ଦିବ୍ୟାଙ୍ଗ ପ୍ରମାଣପତ୍ର, ଦିବ୍ୟାଙ୍ଗ ଭତ୍ତା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ରେସନକାର୍ଡ଼, ରାସ୍ତା ମରାମତି ଓ ନିର୍ମାଣ ଆଦି ସହ ବିଭିନ୍ନ ବିଭାଗ ସମ୍ବନ୍ଧୀୟ ଆଗତ ଅଭିଯୋଗ ସବୁର ଶୁଣାଣି କରାଯାଇ ନିୟମାନୁଯାୟୀ ସମାଧାନ ନିମନ୍ତେ ଶିବିରରେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଡେପୁଟୀ କଲେକ୍ଟର ତନ୍ମୟ କୁମାର ଜେନା ଓ ସାଧାରଣ ବିବିଧ ବିଭାଗର ଲିସାରାଣୀ ରାଉତ ଅଭିଯୋଗ ପଞ୍ଜିକରଣ ଓ ଉପସ୍ଥାପନାରେ ସହଯୋଗ କରିଥିଲେ ।