Odiapua.com

ତିହିଡ଼ି ବ୍ଲକରେ ମିଳିତ ଜନ ଶୁଣାଣି ଓ ମହାସମାଧାନ ଶିବିର

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସଭାଗୃହରେ ସୋମବାର ଏକ ମିଳିତ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ କୁଶଳ ଚନ୍ଦ୍ର ନାୟକ, ଡେପୁଟି କଲେକ୍ଟର ରାଜୀବ ହାଁସଦା, ତହସିଲଦାର ପ୍ରତୀକ ସାହୁ, ତିହିଡ଼ି ବି.ଡ଼ି.ଓ. ଜ୍ୟୋତିର୍ମୟ କର ପ୍ରମୁଖ ଯୋଗ ଦେଇ ୭୨ ଅଭିଯୋଗର ଶୁଣାଣି କରି ସମାଧାନ କରିଥିଲେ । ୬୭ ଟି ବ୍ୟକ୍ତିଗତ ସମସ୍ୟା ମୂଳକ ଓ ୫ଟି ସାମୂହିକ ସମସ୍ୟା ଭିତିକ ଅଭିଯୋଗର ଶୁଣାଣି କରି ସମାଧାନ କରିଥିଲେ । ସେଥିମଧ୍ୟରେ ତିହିଡ଼ି ଯୁକ୍ତ ୨ କଲେଜର ଖେଳପଡ଼ିଆ ରହିଅଛି । ଏହି ଖେଳପଡ଼ିଆକୁ ନିକଟରେ ଥିବା ଡିଗ୍ରୀ କଲେଜ ଅଧା ନେବାକୁ ଚାହୁଁଛି । ମାତ୍ର ଯୁକ୍ତ୨ କଲେଜ ଖେଳପଡ଼ିଆକୁ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏ ସମ୍ପର୍କରେ ଯୁକ୍ତ ୨ କଲେଜର ଅଧ୍ୟକ୍ଷ ବିଶ୍ୱଜିତ୍ ଧଳ ଲିଖିତ ଭାବେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କାଁପଡ଼ା ପଞ୍ଚାୟତ ସମେତ ବାରୋ, ବୋଡ଼କ, ବିଲଣା ଓ ଶ୍ୟ।।ମସୁନ୍ଦରପୁର ପଞ୍ଚାୟତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ପୁନର୍ବାର ଚାଷ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୩ ଜଣଙ୍କୁ ଚିକିତ୍ସା ସହାୟତା ବାବଦ ୨୭ ହଜାର ଟଙ୍କାର ଆର୍ôଥକ ସହାୟତା ମଞ୍ଜୁର କରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୁଆମାଳର ବାସନ୍ତୀଜେନାଙ୍କୁ ୫୦୦୦ ଟଙ୍କା ପାଳିଆର ପ୍ରସନ୍ନ ନାୟକଙ୍କୁ ୧୨,୦୦୦ ଟଙ୍କା ଓ ନିଶ୍ଚିନ୍ତପୁରର ପ୍ରଭାତ କୁମାର ନାୟକଙ୍କ ପାଇଁ ୧୦,୦୦୦ ଟଙ୍କା ମଞ୍ଜୁର କରାଯାଇ ପ୍ରଭାତ ନାୟକଙ୍କ ଆର୍ôଥକ ରାଶି ତତ୍କାଳ ପ୍ରଦାନ କରାଯାଇଥିଲା ।

ସାମାଜିକ ସୁରକ୍ଷା ଯୋଜନାରେ ୬ଟି ତିନିଚକିଆ ସାଇକେଲ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଜିଲା ଶ୍ରମ ଅଧିକାରୀ ସଚିଦାନନ୍ଦ ଜେନା, ଏସଡିପିଓ ଦେବୀଶଙ୍କର ପ୍ରତାପ, ଡିପିଓ ବଂଶୀଧର ସିଂ, ଆରଏମଏସ ସମ୍ପାଦକ ସଂଜୟ କୁମାର ଦାସ, ଜିଲା ଡିଏସଏସଓ ପବିତ୍ର ମୋହନ କର, ଡିଏସଡବ୍ଲୁଓ ପୁଷ୍ପଲତା ପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ହୃଷିକେଶ ବେହେରା, ସାଳନ୍ଦୀ ଏସଡିଓ ରାଇକେନ ବେଶ୍ରା, ଡ୍ରେନେଜ ଏସଡିଓ ଜ୍ଞାନଦତ୍ତ ରାଉତ, ଜିଲା କୃଷି ଅଧିକାରୀ ଶ୍ରୀଧର ଦାସ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଉଦୟ ରଂଜନ ଜେନା, ଏଡିଇଓ ଦୀପକ କୁମାର ପାଢ଼ୀ, ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ଅନିତା ପ୍ରଧାନ, ଜିଲା ଶିଳ୍ପ ଅଧିକାରୀ ଶଶି ଶେଖର ବେହେରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ପରମାନନ୍ଦ ବେହେରା, ବ୍ଲକ ଏବିଡିଓ ମାନସ କୁମାର ଜେନା, ଭାରପ୍ରାପ୍ତ ଜିପିଇଓ ତଥା ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ବ୍ଲକ ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ, ସିଡିପିଓ ସଂଗିତା ସିଂ, ଯୋଗାଣ ଅଧିକାରୀ ଅଜୟ କୁମାର ଦାସ, ବ୍ଲକ କୃଷି ଅଧିକାରୀ ରଘୁନାଥ ପତି, ପ୍ରାଣୀ ଚିକିତ୍ସାଧିକାରୀ ନିରାକାର ଜେନା, ଡାକ୍ତର ଶୁଭକାନ୍ତ ଓଝା, ବିତ୍ତୀୟ ଅଧିକାରୀ ବିପ୍ଳବ ରଂଜନ ପତି, ବ୍ଲକ ଏଇଇ ଟେକ୍‌ଚାନ୍ଦ କାଲୋ ଓ ସୁକାନ୍ତ ମିଶ୍ର, ଆରଡବ୍ଲୁ ଏସଏସ୍ ଏଇଇ ଖଗେନ୍ଦ୍ର ନାଥ ବେହେରା, କନିଷ୍ଠଯନ୍ତ୍ରୀ ମାନସୀ ମହାପାତ୍ର, ଫରେଷ୍ଟର ରାଜକିଶୋର ନାୟକ, ଥାନା ଅଧିକାରୀ ଏମଡି ହାପିଜ୍‌, ବିଦ୍ୟୁତ୍ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱଜିତ୍ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରତିରଂଜନ ରାଉତ, ବ୍ଲକ କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ, ଅଲେଖ ତିର୍କୀ, ତନୁଜା ମିଶ୍ର, ଭୀଷ୍ମଦେ ଶତପଥି, ଏମଜିଅନଆରଇଜିଏସ ସହକାରୀ ସୁଧାଂଶୁ ନାୟକ, ମୁଖ୍ୟ କିରାଣୀ ସୁଧାଂଶୁ ପୋଥାଳ, ମିଶନଶକ୍ତି ସଂଯୋଜକ ଶ୍ରୀକାନ୍ତ ଜେନା, ଏସଡିଏସ ପ୍ରଫୁଲ୍ଲ ମଲ୍ଲିକ, ବରିଷ୍ଠ ସହକାରୀ ଲିଶାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।