Odiapua.com

ତିହିଡ଼ି ବଜାରରେ କୋଟ୍‌ପା ଚଢ଼ଉ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ଅବମାନନା ନେଇ ତିହିଡ଼ି ବଜାରରେ ଧରପଗଡ଼ କରାଯାଇ ୧୪ ଜଣ ଦୋକାନୀଙ୍କ ଠାରୁ ୨୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ତିହିଡ଼ିର ପୋଲିସ ଏ.ଏସ୍‌.ଆଇ ଶ୍ରୀକାନ୍ତ ନାୟକ ଏବଂ ତାଙ୍କ କର୍ମଚାରୀ, ଅବକାରୀ ବିଭାଗର ସଞ୍ଜୟ କୁମାର ପାତ୍ର ଏବଂ ରାମଚନ୍ଦ୍ର ନାୟକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏପିଡ଼େମିଲୋଜିଷ୍ଟ ଡା କାଶୀନାଥ ପଣ୍ଡା, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ ରାଉତ ପ୍ରମୁଖ ଏହି ସ୍କ୍ୱାଡ଼ରେ ସାମିଲ ଥିଲେ । ଜବତ୍ କରାଯାଇଥିବା ବିକ୍ରୟ ନିଷେଧ ତମାଖୁ ଜାତୀୟ ଦ୍ରବ୍ୟ ସବୁକୁ ନଷ୍ଟ କରି ଦିଆଯାଇଥିଲା ।