Odiapua.com

ତିହିଡ଼ି କଳିଙ୍ଗ କଳାକାର ସଂଘର ସମ୍ବର୍ଦ୍ଧନା ସମାରୋହ, ଜିଲ୍ଲା କଳା-ସଂସ୍କୃତି ପରିଷଦର ନୂତନ ଉପସଭାପତି ତ୍ରିଲୋଚନ ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କଳିଙ୍ଗ କଳାକାର ସଂଘର ଏକ ସମ୍ବର୍ଦ୍ଧନା ସମାରୋହ ମନ୍ଦୋଦରୀ କଲ୍ୟାଣ ମଣ୍ଡପରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଳାସଂସ୍କୃତି ପରିଷଦର ନବନିର୍ବାଚିତ ଉପସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଂଘର ସଭାପତି ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଡିଓ ତଥା ବ୍ଲକ କଳା-ସଂସ୍କୃତି ସଂଘର ସଭାପତି ଜ୍ୟୋର୍ତିମୟ କର ଯୋଗଦେଇ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଥିଲେ ଯେ, କଳାକାରମାନଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତିବଦ୍ଧ । ବରେଣ୍ୟ ଅତିଥି ଭାବେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗଦେଇ ପଦବୀର ସମ୍ମାନ ପାଇଁ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟଦକ୍ଷତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ ଯୋଗଦେଇ ସମସ୍ତଙ୍କ ଭିତରେ ଥିବା କଳାତ୍ମକ ଗୁଣକୁ ପରିପ୍ରକାଶ କରେଇବା କଳାକାର ସଂଘର ଲକ୍ଷ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ପାଲାଗାୟକ ଗଣେଶ ପ୍ରସାଦ ଦାସ ଯୋଗଦେଇ କାନ୍ତକବିଙ୍କୁ ଉପରେ ନିଜ ରଚିତ ସଙ୍ଗୀତ ପରିବେଷଣ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରଭାତ କୁମାର ରାଉଳ, କବି ଓ ସାମ୍ବାଦିକ ସଂଜିତ୍ କୁମାର ବଳ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂଘର ସମ୍ପାଦକ ମନମୋହନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଘର ସଙ୍ଗଠନ ସମ୍ପାଦକ ତଥା କୋଷାଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଘର କାର୍ଯ୍ୟକାରୀ ସଦସ୍ୟ ରାମଚନ୍ଦ୍ର ଜେନା, ପ୍ରତାପ ନାୟକ, ଅମୂଲ୍ୟ ବେହେରା, ମନମୋହନ ସାହୁ ଓ ସନାତନ ସାହୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଶେଷରେ ସଂଘର ବରିଷ୍ଠ କଳାକାର ଅମୀୟ ଚାନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ସୁରେନ୍ଦ୍ର ପ୍ରସାଦ ନାୟକ, ଉପସଭାପତି ବାବୁରାମ ରାଉତ, ଉପଦେଷ୍ଟା କୁଳମଣି ସାବତ, ବସନ୍ତ କୁମାର ଦାଶ, ବରିଷ୍ଠ ସଦସ୍ୟ ନାରଣ ଚନ୍ଦ୍ର ମହାନ୍ତି, ଜଗବନ୍ଧୁ ମହାନ୍ତି, ଉପେନ୍ଦ୍ର ସାହୁ, ଭାଗିରଥୀ ଦାସ, ରତିକାନ୍ତ ଦାସ, ପ୍ରଫୁଲ୍ଲ ନାୟକ, ନିରଞ୍ଜନ ଦାସ, ଅମର ସେଠୀ, ଗୋବର୍ଦ୍ଧନ ନାୟକ, ବାବାଜୀ ବେହେରା, ବିରେନ୍ଦ୍ର ପାଣ୍ଡବ, ଜୟନ୍ତ ନାୟକ, ରମାକାନ୍ତ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ତପନ ବିଶ୍ୱାଳ, ନିତ୍ୟାନନ୍ଦ ପାତ୍ର, ଲକ୍ଷ୍ମୀଧର ସାହୁ, ଅମୂଲ୍ୟ ସାହୁ, ପ୍ରତାପ ସାହୁ, ପ୍ରାଣବନ୍ଧୁ ପରିଡ଼ା, ଗୀତା ରାଉଳ, ଲକ୍ଷ୍ମୀପ୍ରିୟା ପୁହାଣ, ସ୍ୱର୍ଣ୍ଣଲତା ପୁହାଣ, ନିରୂପମା ନାୟକ, ତଅପୋଇ ନାୟକ, ଅନୁସୂୟା ପୁହାଣ ପ୍ରମୁଖଙ୍କ ସମେତ ଶତାଧିକ କଳାକାର ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଚରସ ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରାରେ ନବନିର୍ବାଚିତ ଉପସଭାପତିଙ୍କୁ ନିଆଯାଇ ସଭାସ୍ଥଳ ନିକଟରେ ପହଞ୍ଚାଇଥିଲେ ।