Odiapua.com

ତିହିଡ଼ି କଲେଜ ପ୍ରତିଷ୍ଠାତା କମଳାକାନ୍ତ ଲେଙ୍କାଙ୍କ ୨୯ତମ ଶ୍ରାଦ୍ଧବାର୍ଷିକ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଅଧୀନ ତିହିଡ଼ି କଲେଜର ପ୍ରତିଷ୍ଠାତା ସ୍ୱର୍ଗତଃ କମଳାକାନ୍ତ ଲେଙ୍କାଙ୍କ ୨୯ତମ ଶ୍ରାଦ୍ଧବାର୍ଷିକ ତିହିଡ଼ି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଲିକ, ପୂର୍ବତନ କଲେଜ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀ, ସମାଜସେବୀ ବସନ୍ତ ପତି, ପାର୍ଥସାରଥି ନାୟକ, ସଞ୍ଜୀବ ଲେଙ୍କା, ମୀନକେତନ ମିଶ୍ର, ପ୍ରତିମା ପାତ୍ର, ସୟଦ ମୁନତାଜ, ସମ୍ବାଦିକ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ଲେଙ୍କାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଜିତ ଧଳଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ୪ ଜଣ କୃତିଛାତ୍ରଛାତ୍ରୀଙ୍କୁ ଗୋପାଳ ଚନ୍ଦ୍ର ରଥ ଓ ପ୍ରଭାତ ପାତ୍ର ମେମୋରିଆଲ ତରଫରୁ ପୁରସ୍କୃତ କରାଯାଇଥିଲ । ରାଜୀବ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବାରିକ, ସୁକାନ୍ତ ପାଣିଗ୍ରାହୀ, ନିରୁପମା ସାହୁ, ରମେଶ ଚନ୍ଦ୍ର ସାହୁ, ବିଜୟ କୁମାର ପଣ୍ଡା, ଜ୍ଞାନରଂଜନ ଭୂୟାଁ, ମାନୋଲି ସାମଲ, ଉଷାରାଣୀ ଜେନା, ନିବେଦିତା ପଣ୍ଡା, ଜ୍ୟୋତ୍ସାରାଣୀ ବିଶ୍ୱାଳ, ଦିଲୀପ କୁମାର ପତି, ହରେକୃଷ୍ଣ ଧନୀ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକାଙ୍କ ସମତେ ବିଦ୍ୟାଳୟର ସମସ୍ତ ଶିକ୍ଷାକର୍ମୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।