Odiapua.com

ତିହିଡ଼ି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ମଦ ଜବତ, ୩ ଗିରଫ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଞ୍ଜ ଇନିସ୍‌ପେକ୍ଟର ଅନୀତା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସନ୍ଧ୍ୟାରାଣୀ ଦାସ ଓ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଅବକାରୀ ଥାନା ଅଧୀନ ଦୋଳସାହି, ହାଟୁଆରୀ, ନୂଆନନ୍ଦ ଇତ୍ୟାଦି ଗ୍ରାମରେ ଚଢ଼ାଉ କରାଯାଇ ୬୦ ଲିଟର ଦେଶୀମଦ ଜବତ କରାଯାଇଛି । ଏହି ଚୋରାମଦ କାରବାରରେ ସମ୍ପୃକ୍ତ ଥିବା ହାଟୁଆରୀ ଗ୍ରାମର ମିକୁ ମଳିକ, ନୂଆନନ୍ଦ ଗ୍ରାମର ମଧୁସୂଦନ ମହାଳିକ ଓ ଓମ୍‌ପ୍ରକାଶ ପତିଙ୍କୁ ଅବକାରୀ ସ୍ୱତନ୍ତ୍ର ଟିମ୍ ଗିରଫ କରିଛନ୍ତି । ଏହି ଚଢ଼ାଉରେ ସବ୍‌-ଇନିସ୍‌ପେକ୍ଟର ରବି ବେହେରା, ସନ୍ଦିପ ପାଢ଼ୀ, ଏ.ଏସ୍‌.ଆଇ. ଦୀପକ ରାଉତ, ରଶ୍ମୀରେଖା ଜେନା, ସନ୍ତୋଷ ଦାସଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ । ଏ ନେଇ ଅବକାରୀ ଥାନାରେ ୯୦, ୯୧ ଏବଂ ୯୨/୨୩-୨୪ରେ ତିନିଟି ପୃଥକ୍ ମୋକଦ୍ଦମା ରୁଜ୍ଜୁ କରାଯାଇଛି ।