Odiapua.com

ତିହିଡ଼ି ଅବକାରୀ ବିଭାଗର ଚଢାଉ, ୨ ଗିରଫ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଞ୍ଜ ଇନ୍ସପେକ୍ଟର ଅନିତା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ତିହିଡି଼ ଥାନା ଅନ୍ତର୍ଗତ ମିର୍ଜାପୁର, ସୟା, ଗୋପସାହି , ତାଳପଦା ଗ୍ରାମରେ ଚଢାଉ କରାଯାଇଥିଲା । ଏହି ଚଢ଼ାଉରେ ୩୦ ଲିଟର ଦେଶୀ ମଦ ଏବଂ ୨.୭୦୦ ଲିଟର ବିଦେଶୀ ମଦ ଜବତ କରିବା ସଙ୍ଗେ ସଙ୍ଗେ ଏଥିରେ ସମ୍ପୃକ୍ତ ମିର୍ଜାପୁର ଗ୍ରାମର ପଞ୍ଚାନନ ମପା ଓ ଗୋପସାହି ଗ୍ରାମର ଜଗବନ୍ଧୁ ମାଝୀଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଉକ୍ତ ଚଢାଉରେ ସବ୍‌ଇନ୍ସପେକ୍ଟର ସନ୍ତୋଷ ବଳ, ଏଏସ୍‌ଆଇ ଦୀପକ ରାଉତ, ପ୍ରହଲ୍ଲାଦ ସାମଲ ଓ ରମେଶ ନାୟକ, କନେଷ୍ଟବଳ ସଞ୍ଜୟ ପାତ୍ର, ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ଜେମାମଣି ଜାମୁଦା, ଶୁଭ୍ରାମିନି ଦାସ ପ୍ରମୁଖ ସାମିଲ ଥିଲେ । ଏନେଇ ତିହିଡି଼ ଅବକାରୀ ଥାନା ପକ୍ଷରୁ କେଶ୍ ନମ୍ବର ୪୮ ଏବଂ ୪୯/୨୩ରେ ୨ଟି ପୃଥକ ମାମଲା ରୁଜୁ କରାଯାଇଛି ।