Odiapua.com

ତିହିଡ଼ି ଅବକାରୀ ବିଭାଗର ଚଢାଉ, ୩୦ଲିଟର ଦେଶୀ ମଦ ସହ ବାଇକ୍ ଜବତ, ୨ ଗିରଫ

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଞ୍ଜ ଇନ୍ସପେକ୍ଟର ଅନିତା ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଈଶ୍ୱରପୁର ଗ୍ରାମ ରାସ୍ତାରେ ଚଢ଼ାଉ କରାଯାଇ ୩୦ ଲିଟର ଦେଶୀ ମଦ ସହ ଏଥିରେ ବ୍ୟବହୃତ ଏକ ବାଇକ୍ ଜବତ କରିବା ସଙ୍ଗେ ସଙ୍ଗେ ଏଥିରେ ସମ୍ପୃକ୍ତ କାଁପଡ଼ା ମଠସାହି ଗ୍ରାମର କିଶୋର ଚନ୍ଦ୍ର ମଳିକ (୩୦) ଓ ସୁବ୍ରତ କୁମାର ଦାସ (୩୨)ଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଉକ୍ତ ଚଢାଉରେ ସବ୍‌ଇନ୍ସପେକ୍ଟର ସନ୍ତୋଷ ବଳ, ଏଏସ୍‌ଆଇ ଦୀପକ ରାଉତ, ପ୍ରହଲ୍ଲାଦ ସାମଲ ଓ ରମେଶ ନାୟକ, କନେଷ୍ଟବଳ ସଞ୍ଜୟ ପାତ୍ର, ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ଜେମାମଣି ଜାମୁଦା, ଶୁଭ୍ରାମିନି ଦାସ ପ୍ରମୁଖ ସାମିଲ ଥିଲେ । ଏନେଇ ତିହିଡି଼ ଅବକାରୀ ଥାନା ପକ୍ଷରୁ ୨ଟି ପୃଥକ ମାମଲା ରୁଜୁ କରାଯାଇଛି ।