ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଏନଏସି ଅଧିନ ସିଆରଏସ ହାଇସ୍କୁଲ ପରିଚାଳନା କମିଟିର ସଭାପତି ଭାବେ ରତିକାନ୍ତ ଦାସ ମନୋନୀତ ହୋଇଛନ୍ତି। ପରିଚାଳନା କମିଟିକୁ ମଧୁସ୍ମିତା ରାଉତ, ଲକ୍ଷ୍ମୀଧର ପାଢ଼ୀ, ସଞ୍ଜୀବ କୁମାର ପଣ୍ଡା, ସଂଗ୍ରାମ କେଶରୀ କର, ଗୋଲକ ପ୍ରସାଦ ଦାସ, ଶଙ୍କର ପ୍ରଧାନ, ବିରକୃଷ୍ଣ ନାୟକ, ସୋନାଲି ମହାପାତ୍ର, ସନ୍ଧ୍ୟାରାଣୀ ମହାଳିକ, ସସ୍ମିତା ପଣ୍ଡା, ମିତାଞ୍ଜଳି ସେଠୀ, ସୁନିତା ଯେନା, ମାନିନୀ ସେଠୀ, ପୁଷ୍ପଲତା ପାଢ଼ୀ, ବାସନ୍ତୀ ବଳ, ରଶ୍ମିତା ବାରିକ, ସଞ୍ଜୁଲତା ପୁଷ୍ଟି,ରଞ୍ଜିତା ବଳ ପ୍ରମୁଖ ୧୬ ଜଣ ମନୋନୀତି ହୋଇଥିଲେ। ପରେ ସଭାପତି ପଦ ପାଇଁ ରତିକାନ୍ତ ଦାସ ଉପସଭାପତି ପଦ ପାଇଁ ମଧୁସ୍ମିତା ରାଉତଙ୍କୁ ମନୋନୀତ କରାଯାଇଥିଲା। ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର , ସିଆରସିସି ତ୍ରିନାଥ ସେଠୀ ପରିଚାଳନା କମିଟି ଗଠନରେ ସହଯୋଗ କରିଥିବା ବେଳେ ହାଇସ୍କୁଲ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତଥିଲେ। ସଭାପତି ଭାବେ ମନୋନୀତ ହେବା ପରେ ରତିକାନ୍ତ ଦାସ କମିଟିର ସମସ୍ତ ସଦସ୍ୟ,ସଦସ୍ୟା ହାଇସ୍କୁଲର ଶିକ୍ଷକ , ଶିକ୍ଷୟତ୍ରୀ ଅଭିଭାବକ, ଅଭିଭାବିକା ଓ ଶୁଭେଛୁ ମାନଙ୍କୁ କୃତଜ୍ଞତା ଜଣେଇବା ସହ ହାଇସ୍କୁଲର ଉନ୍ନତି ତଥା ଛାତ୍ର ଛାତ୍ରୀଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ।