ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ସତ୍ୟସାଇ ସେବା ସମିତି ପକ୍ଷରୁ ଗୁରୁବାର ସାଇମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୩ ୟୁନିଟ ରକ୍ତସଂଗ୍ରହ ହୋଇଥିଲା । ଜିଲ୍ଲା ବ୍ଲଡ଼ବ୍ୟାଙ୍କ ପକ୍ଷରୁ ଡାକ୍ତର ଶରତ କୁମାର ଆଚାର୍ଯ୍ୟ,କାଉନସିଲର ଯାଜ୍ଞସେନି ସାହୁ,ଏଲ.ଟି.ରବିନ୍ଦ୍ର କୁମାର ଜେନା ଓ ଦେବେନ୍ଦ୍ର ବିଶ୍ୱାଳ,ଆଟେଡାଂଟ ଅରୁଣ ପରିଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।ସାଇସମିତିର ଆବାହକ ସଞ୍ଜୟ ମହାପାତ୍ର,ପାର୍ଥସାରଥୀ ନାୟକ, ହିମାଂଶୁ ଭଟ୍ଟାଚାର୍ଯ୍ୟ, ପ୍ରଭାତ ରାଉଳ,କୈଳାଶ ରାଉଳ,ନିତ୍ୟାନନ୍ଦ ନାୟକ,ରବିନ୍ଦ୍ର ଦାସ,ଜୟକୃଷ୍ଣ ସେଠୀ, ରବିନ୍ଦ୍ର ଦାସ,ପ୍ରହ୍ଲାଦ ବଳ,ଅନାଦି ବେହେରା,ରାଜୁ ଜେନା,ସୁରେନ୍ଦ୍ର ଫଗୁଆ,ଚିତରଞ୍ଜନ ବାରିକ,ଜଗତାନନ୍ଦ ମହାପାତ୍ର,ବିଜୟ ନାୟକ, ନଗେଶ୍ୱର ମହାକବି,ବୁଦ୍ଧିରାମ ପଶା,ମଞ୍ଜୁଲତା ବାରିକ, ଶାନ୍ତିଲତା ବିଶ୍ୱାଳ, ଏଲି ଭଟ୍ଟାଚାର୍ଯ୍ୟ,ମନୋରମା ସ୍ୱାଇଁ,ପାର୍ବତୀ ଦେବୀ,ସବିତା ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।