ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରାଞ୍ଚଳରେ କରୋନା ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଉଥିବାବେଳେ ଗ୍ରାମାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି ତିହିଡି ବ୍ଲକ୍ର ଭାଟପଡା, ମୁକୁନ୍ଦପୁର, ମହରମପୁର, ଅଚକ, ପାଳିଆବିନ୍ଧା, ଦୋଳସାହି, ସାହାପୁର, ମଙ୍ଗଳପୁର, ବାରୋ ଭଳି ୯ଟି ପଂଚାୟତର ଏକାଧିକ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ପ୍ରଶାସନ ଦ୍ୱାରା ଘୋଷିତ ହୋଇଛି । ସେଥିମଧ୍ୟରୁ ସଦର ପଂଚାୟତ ଭାଟପଡା ଓ ସାହାପୁର ପଂଚାୟତରେ ସର୍ବାଧିକ ୩ଟି ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ତାଲିକା ଅନ୍ତର୍ଭୁକ୍ତ ହୋଇଛି ।