ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ନୁହେଁ କି ଦୁଇଜଣ ନୁହଁ, ତିହିଡି ବ୍ଲକ୍ର ୩୧ ଟି ପଂଚାୟତରେ ୭ ଜଣ କନିଷ୍ଠଯନ୍ତ୍ରୀ କେବଳ ବ୍ଲକ୍ରେ କାମ କରୁଛନ୍ତି । ତଥାପି ମଧ୍ୟ ୨୦୧୮-୧୯ ଏବଂ ୨୦୧୯-୨୦ ଓ ୨୦୨୦-୨୧ ବର୍ଷର ଉନ୍ନୟନ କାମ ନକହିବା ଭଲ । ନରେଗା ଯୋଜନା ଠପ୍ ହୋଇଥିଲା, ଏବେ କରୋନା ମହାମାରୀ ବେଳେ ପ୍ରବାସୀ ମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଆଂଶିକ ଭାବେ କେତେକ ପଂଚାୟତରେ ନରେଗା କାମ ଆରମ୍ଭ ହୋଇଛି । ତାହା ସମୁଦ୍ରକୁ ଶଙ୍ଖେ । କାରଣ କେଉଁ ପଂଚାୟତରେ ୧୫ ଲକ୍ଷ ତ ଆଉ କେଉଁ ପଂଚାୟତରେ ୨୦ ଲକ୍ଷ ଟଙ୍କାର ନରେଗା କାମ ହୋଇଛି । କିନ୍ତୁ ପୂର୍ବରୁ ପ୍ରତିବର୍ଷ ୫ କୋଟିରୁ ୬ କୋଟି ଟଙ୍କା ଯାଏଁ ନରେଗା ଯୋଜନାର କାମ ତିହିଡି ବ୍ଲକ୍ରେ ହୁଏ । ସେହିପରି ଜିଜିୱାଇ ଓ ଅନ୍ୟ ରାସ୍ତା କାମ ମଧ୍ୟ ଠପ୍ ହୋଇଛି । ଏହି ଯନ୍ତ୍ରୀମାନଙ୍କ ଉପରେ ଗୋଟିଏ କି ଦୁଇଟି ନୁହଁ ୫ ରୁ ୬ଟି ଲେଖାଏଁ ପଂଚାୟତ ଦାୟିତ୍ୱ ଲଦି ଦିଆଯାଇଥିବାରୁ ଏକ ସଙ୍ଗରେ ସବୁ ପଂଚାୟତ କାମ ଦେଖିବାକୁ ସେମାନଙ୍କ ପାଖରେ ସମୟ ନାହିଁ । ଯେଉଁଥିପାଇଁ ଯନ୍ତ୍ରୀମାନେ କା ଭାଁ ସହାୟକ ଆବଶ୍ୟକ ଲୋଡିଛନ୍ତି । କେତେକ ଯନ୍ତ୍ରୀ ଭଦ୍ରକରେ ରହୁଥିବା ବେଳେ ସେମାନଙ୍କ ହାତରେ ମାପ ବହି ବା ଏମ୍ବି ବୁକ୍ ରହିଛି । ଆଉ କେତେକ ଯନ୍ତ୍ରୀଙ୍କ ଟିଙ୍ଗାପଣ ପାଇଁ ପଂଚାୟତ ସରପଞ୍ଚମାନେ ସେହି ଯନ୍ତ୍ରୀଙ୍କୁ ନେଇ ଉନ୍ନୟନ କାମ କରିବାକୁ ମନ ଉଣା କରିଛନ୍ତି । ଏହି ଟିଙ୍ଗାଯନ୍ତ୍ରୀଙ୍କ ପାଇଁ କେତେକ ପଂଚାୟତରେ ଉନ୍ନୟନ କାମ ପାଦେ ଆଗଉ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିହିଡି ବ୍ଲକ୍ରେ କେତେକ ଯନ୍ତ୍ରୀ କେଉଁଠାରେ ରହୁଛନ୍ତି, କେଉଁଠାରେ ହାଉସରେଣ୍ଟ ଡ୍ର କରୁଛନ୍ତି ତାହାର ହିସାବ ମଧ୍ୟ ବିଡିଓଙ୍କ ପାଖରେ ନାହିଁ ।
ଯନ୍ତ୍ରୀ ଲଲାଟେନ୍ଦୁ ପାଲଙ୍କୁ ବାରସର, ବୋଡକ, ବିଲଣା, କୁବେରା, ଭାଟପଡା ଓ ଜାମଯୋଡି ପଂଚାୟତ ଦିଆଯାଇଛି । ସେହିପରି ଯନ୍ତ୍ରୀ ଅଲେଖ ତିର୍କୀଙ୍କୁ ଶ୍ୟାମସୁନ୍ଦରପୁର, ଅଚକ, ସୟା ଓ ମହରମପୁର ପଂଚାୟତ ଦାୟିତ୍ୱ ଦିଆଯାଇଥିବାବେଳେ ଯନ୍ତ୍ରୀ ତୁଷାର ମିଶ୍ରଙ୍କୁ ଫତେପୁର, ତଳଗୋପବିନ୍ଧା, ତଳଦପା, ମୁକୁନ୍ଦପୁର, କୋହ୍ଲ ଓ ମଙ୍ଗଳପୁର ପଂଚାୟତ ଦିଆଯାଇଛି । ସେହିପରି ଯନ୍ତ୍ରୀ ତନୁଜା ମିଶ୍ରଙ୍କୁ ପାଳିଆବିନ୍ଧା, ନୟାନନ୍ଦ, ଦୋଳସାହି ଓ ସିନ୍ଦୋଳ ପଂଚାୟତ ଦିଆଯାଇଛି । ସେହିପରି ଜେଇ ଭୀଷ୍ମଦେବ ଶତପଥୀଙ୍କୁ ସାହାପୁର, ବାରୋ, ଗୁଆମାଳ ଓ କାଁପଡା ପଂଚାୟତ ଦାୟିତ୍ୱ ଦିଆଯାଇଛି । ଯନ୍ତ୍ରୀ ସୀମର ରାଉତଙ୍କୁ ବାହାବଳପୁର, ବାମନବିନ୍ଧା ଓ ହରିସିଂପୁର ପଂଚାୟତ ଦାୟିତ୍ୱ ଦିଆଯାଇଛି । ସେହିପରି ଯନ୍ତ୍ରୀ ସୁକାନ୍ତ ମିଶ୍ରଙ୍କୁ ଦୌଲତପୁର, ରାଜନଗର, ନରେନ୍ଦ୍ରପୁର ଓ ଗୋବିନ୍ଦପୁର ପଂଚାୟତ ଦିଆଯାଇଛି । ଉନ୍ନୟନ କାମ ସଳଖ କରିବା ପାଇଁ ଜଣେ ଜଣେ ଯନ୍ତ୍ରୀଙ୍କୁ ଦୁଇ କି ତିନୋଟି ପଂଚାୟତ ଦାୟିତ୍ୱ ଦେଲେ କାମ ସୁରୁଖୁରୁରେ ହୁଅନ୍ତା । କିନ୍ତୁ ୬ ରୁ ୭ କରି ପଂଚାୟତ ଦାୟିତ୍ୱ ଯନ୍ତ୍ରୀଙ୍କ ଉପରେ ଲଦି ଦିଆଯାଉଥିବାରୁ ଉନ୍ନୟନ କାମ ଠପ୍ ହୋଇଯାଇଛି । ତେଣୁ ଜୁଲାଇ ୧୯ ରେ ନୂଆ ଯନ୍ତ୍ରୀଙ୍କ ଅଦଳ ବଦଳ ତାଲିକା ସହ ପଂଚାୟତ ବଣ୍ଟନ ତାଲିକା ପ୍ରକାଶ ପାଇବା ପୂର୍ବରୁ ୩ ଜଣ ନୂଆ ଜିପିଟିଏ ଯନ୍ତ୍ରୀଙ୍କୁ ତିହିଡି ବ୍ଲକ୍କୁ ଆଣିବା ପାଇଁ ମସୁଧା ଚାଲିଛି । କାରଣ ଏହା ଆଗରୁ ତିହିଡି ବ୍ଲକ୍ରେ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ମିଶାଇ ୧୧ ଜଣ କାମ କରୁଥିଲେ ଏବେ ଜିପିଟିଏଙ୍କୁ କଢାଯାଇ ମାତ୍ର ୭ ଜଣ ଯନ୍ତ୍ରୀଙ୍କୁ ରଖାଯାଇଛି ।