ଭଦ୍ରକ, ୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ତିହିଡି ବ୍ଲକ୍ ଅଚକ ପଂଚାୟତ ଗୋପସାହିରେ ବଜ୍ରାଘାତ ଘଟି ୧୧ଟି ପରିବାରର ୨୫ ବଘରା ଘର ଜଳି ଭସ୍ମୀଭୂତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଗତକାଲି କାଳବୈଶାଖୀର ବର୍ଷା, ପବନ ସାଙ୍ଗକୁ ଘଡଘଡି ମଧ୍ୟ ହୋଇଥିଲା । ଏହି ଘଡିଘଡିରେ ତିହିଡି ଅଚକ ପଂଚାୟତ ଗୋପସାହିରେ ବଜ୍ରାଘାତ ଘଟି ୧୧ଟି ପରିବାରର ୨୫ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଘଟଣାର ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ôଚବାବେଳକୁ ପ୍ରାୟ ସବୁକିଛି ପୋଡି ନଷ୍ଟ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।