Odiapua.com

ତିହିଡି ବଜାର ଉଭୟ ପାଶ୍ୱର୍ ଦୋକାନ ହେବ ଉଚ୍ଛେଦ, ତିନିଦିନ ମଧ୍ୟରେ ଜାଗା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ସରକାରୀ ଜାଗା ଜବର ଦଖଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ପ୍ରଶାସନ ମୁଖ୍ୟତଃ ବଜାରକୁ ଜବରଦଖଲ ମୁକ୍ତ କରିବାରେ ଲାଗି ପଡ଼ିଛି । ଏହି ପରିପ୍ରେକ୍ଷୀରେ କିଛିଦିନ ତଳେ ଭଦ୍ରକ ସହରକୁ ଜବରଦଖଲ ମୁକ୍ତ କରାଯାଇଛି । ପରେ ତିହିଡ଼ି ବଜାରକୁ ଜବର ଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବୁଧବାର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ତିହିଡ଼ି ବଜାରର ଉଭୟ ପାଶ୍ୱର୍ରେ ଥିବା ଉଠାଦୋକାନୀମାନଙ୍କୁ ୩ଦିନ ମଧ୍ୟରେ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିହିଡ଼ି ଥାନା ପାଖରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ସରକାରୀ ଜାଗାରେ ଥିବା ସମସ୍ତ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ୨୦୧୦-୧୧ ମସିହାରେ ଭଦ୍ରକ-ଚାନ୍ଦବାଲି ରାସ୍ତା ସଂପ୍ରସାରଣ ବେଳେ ରାସ୍ତା ପାଶ୍ୱର୍ର ସରକାରୀ ଜାଗାରେ ଥିବା ସମସ୍ତ ଦୋକାନୀମାନଙ୍କୁ କ୍ଷତିପୂରଣ ଦିଆଯାଇ ଉଚ୍ଛେଦ କରାଯାଇଥିଲା । ମାତ୍ର ପରବର୍ତୀ ସମୟରେ ଦୋକାନୀମାନେ ପୁଣି ରାସ୍ତା ପାଶ୍ୱର୍ରେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ବଜାରକୁ ଜବରଦଖଲମୁକ୍ତ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ରାସ୍ତା ପାଶ୍ୱର୍ରେ ଥିବା ଉଠା ଦୋକାନୀମାନଙ୍କ ମଧ୍ୟରୁ କେତେକ ଦୋକାନୀଙ୍କୁ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପେ୍ଲକ୍ସ ଗୃହକୁ ଆବଂଟନ କରାଯାଇ ପ୍ରଦାନ କରାଯାଇଛି । ତେବେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ୩ଦିନ ମଧ୍ୟରେ ଜାଗା ଖାଲି ନକଲେ ପ୍ରଶାସନ ବାଧ୍ୟ ହୋଇ ଉଚ୍ଛେଦ ପ୍ରକ୍ରିୟାରେ ଦୋକାନ ଗୁଡ଼ିକୁ ଭାଙ୍ଗିଦିଆଯିବ ବୋଲି ଜଣାପଡ଼ିଛି ।