Odiapua.com

ତିହିଡି ବଜାରରେ ଭୁଜାଲି ଦେଖାଇ କରୁଥିଲେ ଲୁଟ : ଲୁଟେରାଙ୍କୁ ଗିରଫ କଲା ପୋଲିସ, ଭୁଜାଲି ଓ ଲୁଟ୍ ଟଙ୍କା ଜବତ

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ତିହିଡି ବଜାରରେ ଆତଙ୍କ ସୃଷ୍ଟି କରି ଭୁଜାଲି ଦେଖାଇ ସୋମବାର ରାତି ୧୦. ୩୦ ମିନିଟ ସମୟରେ ଦୁଇ ଜଣ ଯୁବକ ଲୋକ ମାନଙ୍କଠାରୁ ଲୁଟ କରୁଥିଲେ ।ଲୁଟ ସମ୍ପର୍କରେ ଖବର ପାଇବାପରେ ତିହିଡି ଥାନା ଆଇ ଆଇ ସି ପ୍ରସନ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ଅରୁନ୍ଧତୀ ବେହେରା,ଏଏସଆଇ କମଳା କାନ୍ତ ଶତପଥୀ ଓ ପାର୍ଥ ବେହେରା ତୁରନ୍ତ ବଜାରରେ ପହଞ୍ଚି ଶଂଖୀଡା ଗ୍ରାମର ଲୁଟେରା ଚଗଲା ଓରଫ ପ୍ରସନ୍ନ ଜେନା (୪୪) ଓ ତାଳପଦା ଗ୍ରାମର କାଳିଆ ଓରଫ ଦୀପକ ନାୟକ( ୨୩)ଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ପୋଲିସ ଗୋଟେ ଭୁଜାଲି ଓ ୮ହଜାର ୨୫୦ ଟଙ୍କା ଜବତ କରିଛି ।ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ଭିଭିନ୍ନ ଥାନାରେ ୪୦ରୁ ଉର୍ଦ୍ଧ୍ୱ ମକଦ୍ଦମାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। ତେବେ ଦୋଳସାହି ଅଞ୍ଚଳର ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଅଭିଯୋଗ ପରେ ତିହିଡି ଥାନା ଏସ ଆଇ ଅରୁନ୍ଧତୀ ବେହେରା ସେହି ଅଭିଯୁକ୍ତ ୨ଜଣଙ୍କ ନାଁରେ ମକଦ୍ଦମା(ନଂ ୪୫୫/୨୪) ରୁଜୁ କରିଥିବା ଜଣାଯାଇଛି। ଚଗଲା ନାଁରେ ବିଭିନ୍ନ ଥାନାରେ ୨୭ମକଦ୍ଦମା ଓ କାଳିଆ ନାଁରେ ୧୩ଟି ମକଦ୍ଦମା ଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଛନ୍ତି।