ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି କଲେଜର ପ୍ରତିଷ୍ଠାତା କମଳାକାନ୍ତ ଲେଙ୍କାଙ୍କ ୩୧ତମ ଶ୍ରାଦ୍ଧ ଦିବସ ଗୁରୁବାର କଲେଜ ପରିସରରେ ପାଳିତ ହୋଇଯାଇଛି। ପ୍ରଥମେ କଲେଜ ପରିସରରେ ଥିବା କମଳା କାନ୍ତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ,ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ,ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, କଲେଜ ପୂର୍ବତନ ଅଧ୍ୟକ୍ଷ ଡ଼ ଲଷ୍ମୀଧର ତ୍ରିପାଠୀ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ସମାଜସେବୀ ସଚିକାନ୍ତ ନାୟକ, କୈଳାଶ ରାଉଳ,ଅରୁଣ ଦାସ,ପ୍ରତିମା ପାତ୍ର, ସାମ୍ୱାଦିକ ପ୍ରଭାତ ରାଉଳ, ରାମନାରାୟଣ ନାୟକ, ସଏଡ଼ ମମତାଜ ପ୍ରମୁଖ ଯୋଗଦେଉ ସ୍ୱର୍ଗତ ଲେଙ୍କାଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ।ଶେଷରେ ସ୍ୱର୍ଗତ ଲେଙ୍କାଙ୍କ ସୁପୁତ୍ର ସଂଜୀବ ଲେଙ୍କା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।ଏହିଅବସରରେ କଲେଜର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।କଲେଜର ଅଧ୍ୟାପକ ,ଅଧ୍ୟାପିକା,ଶିକ୍ଷା କର୍ମଚାରୀ ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ।