Odiapua.com

ତିହିଡି଼ ସରକାରୀ ହାଇସ୍କୁଲରେ ବିଜ୍ଞାନମେଳା

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ସରକାରୀ ହାଇସ୍କୁଲରେ ସ୍କୁଲସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୮ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ ଉଦଘାଟକ ଭାବେ ଯୋଗଦେଇ ବିଜ୍ଞାନମେଳାକୁ ଉଦଘାଟନ କରିଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସାଇନଳିନୀ ଦାଶଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ସିଆରଏସ ହାଇସ୍କୁଲ ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ଯୋଗଦେଇ ପିଲାମାନଙ୍କୁ ବିଜ୍ଞାନ ମନସ୍କ ହେବାକୁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ହାଇସ୍କୁଲ ପରିଚାଳନା କମିଟି ସଭାପତି ବୈଦ୍ୟନାଥ ସେନାପତି ଯୋଗ ଦେଇଥିଲେ । ଶିକ୍ଷକ ଦେବକିଶୋର ଦାସ ସଭା ସଂଚାଳନ କରିଥିଲେ । ଶିକ୍ଷକ କଳ୍ପତରୁ ଉଦ୍ଗାତା ବେଦପାଠ କରିଥିଲେ।ବିଜ୍ଞାନ ଶିକ୍ଷକ ରଞ୍ଜନ ଜେନା ଓ ଦେବାଶିଷ ସେଠୀଙ୍କ ତତ୍ୱାବଧାନରେ ବିଜ୍ଞାନମେଳା ମେଳା ଅନୁଷ୍ଠିତ ହୋଇଥିଲା ।ସ୍କୁଲ୍‌ର ବିଶ୍ୱରଂଜନ ମଳିକ, ପ୍ରଭାତୀ ସେଠୀ, ସାଗରିକା ପାଣିଗ୍ରାହୀ, ସ୍ମୃତିପ୍ରଜ୍ଞା ନାୟକ, ରଜନୀକାନ୍ତ ଦାସ, ମହେଶ୍ୱର ସେଠୀ, ତାରାକାନ୍ତ ଜେନା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମେଳା ପରିଚାଳନାରେ ସହଯୋଗ କରିଥିଲେ ।