ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ତିହିଡି ଏନଏସସି ଅଧୀନ ତିହିଡି ଗ୍ରାମର ବାବା ସପ୍ନେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ନିମନ୍ତେ ଲଗ୍ନ ଧରା କାର୍ଯ୍ୟ ସମ୍ପର୍ଣ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ଶୀତଳ ଷଷ୍ଠୀ ଅବସରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ବରପିତା ଭାବେ କୁପାରୀ ଗ୍ରାମର ମନୋରଞ୍ଜନ ରାଉତ ଓ କନ୍ୟା ପିତା ଭାବେ ତିହିଡି଼ ଗ୍ରାମର ଅନାଥ ବନ୍ଧୁ ପାତ୍ର ବିବାହ କାର୍ଯ୍ୟ ତୁଲାଇବେ। ଲଗ୍ନଧରା ସରିଲା ପରେ କନ୍ୟା ଘରୁ ଲଗ୍ନ ଚିଟାଉ ବରଘରକୁ ଯାଇଥିଲା। ପଣ୍ଡିତ ଲକ୍ଷ୍ମୀଧର କର, ନିରଞ୍ଜନ କର ପଣ୍ଡିତ ଦେବଦତ ଗ୍ରହାଚାର୍ଯ୍ୟ ଲଗ୍ନଧରା କାର୍ଯ୍ୟ ସମ୍ପୂର୍ଣ କରିଥିଲେ। ଏହି ଲଗ୍ନାଧରା କାର୍ଯ୍ୟରେ ସଚ୍ଚିକାନ୍ତ ନାୟକ, ପାର୍ଥସାରଥୀ ନାୟକ ଶରତ କର, ରମାକାନ୍ତ ନାଥ, ବିଷ୍ଣୁ ଚନ୍ଦ୍ର ଦାଶ , ପ୍ରଭାତ ରାଉଳ, ବିବେକାନନ୍ଦ ନାୟକ, ନିତ୍ୟାନନ୍ଦ ନାୟକ, ପି ହୃଷିକେଶ, ଘନଶ୍ୟାମ ଓଝା, ତପନ ନାୟକ, ଅଭିମନ୍ୟୁ ପାତ୍ର, ପ୍ରଦୀପ୍ତ ବେହେରା, ଲକ୍ଷ୍ମୀକାନ୍ତ ଗିରି, ସୁରେଶ ପାତ୍ର, ମହେନ୍ଦ୍ର ଓଝା, ରମେଶ ପଣ୍ଡା, ପୀତବାସ ପଣ୍ଡା, ସୋମନାଥ ପାଢ଼ୀ, ଗଦାଧର ପାଳ, ଗଙ୍ଗାଧର ବେହେରା,ନୀଳାମ୍ବର ବେହେରା ହରିହର ଜେନା ଶତାଧିକ ଗ୍ରାମବାସୀଙ୍କ ସହିତ ଦୁଇପରିବାର ଉପସ୍ଥିତ ଥିଲେ।