Odiapua.com

ତିହିଡି଼ ଏନଏସି ପ୍ରଥମ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷିତ

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଧିନ ନବ ଗଠିତ ତିହିଡି ବିଜ୍ଞାପିତ ଅଂଚଳ ପରିଷଦର ଅଧ୍‌ଯଷ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାଇ ପ୍ରଥମ ଅଧ୍‌ଯଷ ପଦ ଅନୁସୂଚିତ ଜାତି ବର୍ଗ ମହିଳା ପାଇଁ ସରକ୍ଷିତ ରହିଛି। ଓଡିଶା ସରକାରଙ୍କ ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସ୍ଥାନୀୟ ରାଜନୀତିକୁ ସରଗରମ କରିଛି। ବିଜ୍ଞପ୍ତି ସଂଖ୍ୟା ୨୦୩୭୫ ତାରିଖ ୧୫ ଜୁଲାଇ ୨୦୨୬ ଅନୁଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ସରଂକ୍ଷଣ ବିଜ୍ଞପ୍ତି ଉପରେ କାହାର କୌଣସି ଆପତି ଅଭିଯୋଗ କିମ୍ବା ପ୍ରସ୍ତାବ ଥିଲେ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟ୍ୟରେ ରାଜ୍ୟ ପୌର ବିଭାଗ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ବିଶେଷ କରି ଅନୁସୂଚିତ ଜାତି ବର୍ଗର ଆଶାୟୀ ମାନଙ୍କ ମଧ୍ୟରେ ଉତ୍ସ।ହ ବଢିଥିବା ବେଳେ ଅନ୍ୟ ବର୍ଗର ଆଶାୟୀ ମାନେ ନିରାଶ ହୋଇପଡିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ଏବେଠାରୁ ପ୍ରାର୍ଥୀ ଖୋଜିବା ଆରମ୍ଭ କରି ଦେଇଥିବା ବେଳେ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଥିବା ଜଣାଯାଇଛି। ତିହିଡି଼ ଏନଏସି ସମ୍ପୂର୍ଣ୍ଣ ଭାଟପଡା ପଂଚାୟତ ସମେତ ମକୁନ୍ଦପୁର ଓ ମହରମପୁର ପଂଚାୟତର କିଛି ଅଂଶ ଅନ୍ତର୍ଭୁକ୍ତ। ତେବେ ୧୪ଟି ୱାର୍ଡକୁ ନେଇ ଏନଏସି ଗଠିତ ହୋଇଛି।ପ୍ରଥମ ଏନଏସି ଅଧ୍ୟକ୍ଷପଦ କେଉଁ ରାଜନୈତିକ ଦଳ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କର ନଜର ରହିଲା।