Odiapua.com

ତିହିଡିରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ, ସୁରଭି ଓ ମିଲେଟସ୍ ପ୍ରତିଯୋଗିତା-୨୦୨୩

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ ପ୍ରତିଯୋଗିତା-୨୦୨୩ ତିହିଡ଼ି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ବ୍ଲକ ଶିକ୍ଷାଧିକାରୀ ଗୟାଧର ପରିଡା ପୌରୋହିତ୍ୟ ଓ ଶିକ୍ଷକ ମନ୍ମଥ ଦାସଙ୍କ ସଂଚାଳନରେଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ ବିଡିଓ ଜ୍ୟୋତିର୍ମୟ କର ଯୋଗ ଦେଇ ମିଲେଟସ୍ ଉପରେ ଗୁରତ୍ୱ ଦେଇ ମିଲେଟସ୍‌ର ଉପକାରିତା ଓ ଯଥାର୍ଥତା ଉପରେ ବକ୍ତବ୍ୟ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ହୃଦାନନ୍ଦ ପାଣିଗ୍ରାହୀ, ସମ୍ମାନିତ ଅତିଥି ଏବିଇଓ ଦାମୋଦର ଜେନା, ଲକ୍ଷ୍ମୀପ୍ରିୟା ମାଝୀ, ରତ୍ନାକର ସାହୁ, ପ୍ରଧାନଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର, ସମାନିତ ବକ୍ତା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ଏନପିଏସ ସଂଘର ସମ୍ପାଦକ ପ୍ରଭାସ ପଣ୍ଡା, ଶିକ୍ଷକ ସିଦ୍ଧାର୍ଥ ସାହୁ, ବଂଶୀଧର ଦାସ, ଶିକ୍ଷାବିତ୍ ଅମୂଲ୍ୟ ସେନାପତି, ଶିକ୍ଷକ ରାଜେନ୍ଦ୍ର ବାରିକ, କୃପାସିନ୍ଧୁ ମହାନ୍ତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଶିକ୍ଷୟିତ୍ରୀ ଦିବ୍ୟାଂଶୀ ନାୟକ ବେଦପାଠ କରିଥିଲେ ।

ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ବିଇଓ ଶ୍ରୀ ପରିଡା ପୌରୋହିତ୍ୟ କରିଥିଲେ । ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦୀପକ ଜେନା, ଜିଲା ପରିଷଦ ସଭ୍ୟା ସୁମତୀ ସେଠୀ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ସୁଧାଂଶୁ ମାହୁନ୍ତ, ଏନପିଏସ ସଂଘ ସଭାପତି ପରମେଶ୍ୱର ମଲିକ, ସଂଜୟ ମହାଳିକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ମନୋଭାବ ରଖିଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶିକ୍ଷକ ସରୋଜ ଓଝା ଧନ୍ୟବାଦ ଦେଇ ଥିଲେ । ସିଆରସିସି ଚନ୍ଦନ ପାତ୍ର, ତ୍ରିନାଥ ସେଠୀ, ଶନିଶ୍ଚର ମହାଳିକ, ବିଭୂତି ରାଉତ, ସସ୍ମିତା ମଞ୍ଜରୀ ନାୟକ, ଶିବପ୍ରସାଦ ମିଶ୍ର, କେଶବ ସାହୁ, ଦିଲୀପ ପରିଡା, ଶ୍ରୀନାଥ ମଳିକ, ଦେବେନ୍ଦ୍ର ଶତପଥି, ମାନସ ରାଉତ, ସୁଶାନ୍ତ ସାହୁ ପ୍ରମୁଖଙ୍କ ସମେତ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।