Odiapua.com

ତିହିଡିରେ ପହଂଚିଲା ସତ୍ୟସାଇ ବାବାଙ୍କ ପ୍ରେମ ପ୍ରବାହିନି ରଥ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ସତ୍ୟସାଇ ସମିତି ପକ୍ଷରୁ ଗୁରୁବାର ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନି ରଥ ତିହିଡି଼ ସମିତିର ଆବାହକ ସଞ୍ଜୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଅପରାହ୍ନରେ ଅଲ୍ଲିନଗର ବିଶ୍ରାମାଗାରା ଠାରେ ପହଂଚିଥିଲା। ସେଠାରେ ଶ୍ରୀ ସତ୍ୟସାଇ ରଥକୁ ଆନନ୍ଦ ଉତ୍ସହ ସହିତ ପାରମ୍ପରିକ ମାଙ୍ଗଳିକ ବାଦ୍ୟରେ ତିହିଡି଼ ସମିତି,ପୀରହାଟ, ଦୋହରାସାହି, ସାହାପୁର, ମହରମପୁର, ସୟା, ବଉଳପାଳ ଓ ବୁଡଙ୍ଗର ଭାଇ ଭଉଣୀଙ୍କ ଦ୍ୱାରା ବନ୍ଦାପନା କରାଯାଇଥିଲା। ପରେ ବାଇକ ଶୋଭାଯାତ୍ରାରେ ରଥ ତିହିଡି଼ ସମିତିକୁ ଯାଉଥିବା ବାଟରେ ତିହିଡି଼ ଆଇଟିଆଇ ପାଖରେ ବନ୍ଦାପନା କରାଯାଇଥିଲା। ସନ୍ଧ୍ୟାରେ ରଥ ସାଇମନ୍ଦିର ପାଖରେ ପହଂଚିଥିଲା। ସେଠାରେ ସାଇ ଶ୍ରଦ୍ଧାଳୁ ମାନେ ସାଇଗାୟତ୍ରୀ ଭଜନ ଶଙ୍ଖଧ୍ୱନି ମଧ୍ୟରେ ରଥରୁଢ଼ ମହାପ୍ରଭୁଙ୍କୁ ଅବସ୍ଥାନ କରିଥିଲେ। ପରେ ଭଜନ, ସତସଙ୍ଗ, ସାଂସ୍କୃତିକ କାର୍ଯକ୍ରମ ଓ ପ୍ରସାଦ ସେବନ କରାଯାଇଥିଲା। ଆଜି ସକାଳୁ ଷୋଳଶ ଉପଚାର ପୂଜା ପରେ ଉକ୍ତ ରଥକୁ ପୀରହାଟ ସାଇ ମନ୍ଦିରକୁ ଯାଇଥିଲେ । ସେଠାରେ ଭଦ୍ରକ -୨ ସାଇ ଜିଲ୍ଲାର ଜିଲ୍ଲା ସଭାପତି ବୃନ୍ଦାବନ ସାହୁଙ୍କ ସମେତ ସମସ୍ତ ଭାଇ ଭଉଣୀମାନଙ୍କ ଉପସ୍ଥିତିରେ ସାଇରଥଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ – ୧ ସାଇ ଜିଲ୍ଲାର ସଭାପତି ଡା. ରଞ୍ଜିତ ଖଟୁଆ,ସନ୍ଥ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଇଂ. ସନାତନ ପାତ୍ର, ଅନିରୁଦ୍ଧ ଦାସ, ବିଷ୍ଣୁ ମୋହନ ନାୟକ, ସତ୍ୟସାଇ ବିଦ୍ୟା ବିହାରର ସଭାପତି ମନୋଜ ନାୟକ, ସମ୍ପାଦକ ପାର୍ଥସାରଥୀ ନାୟକ, ଭଦ୍ରକ ସମିତିର ଆବାହକ ପଙ୍କଜ ନାୟକ,ପ୍ରେମ ପ୍ରବାୟିନୀ ନିର୍ବାହକ ସୁବାଷ ବେହେରା, ଜିଲ୍ଲା ସଂଯୋଜକ ବିଜୟ ପତି, ପୂର୍ଣ୍ଣ ଚନ୍ଦ୍ର ସେଠୀ, ରବିନ୍ଦ୍ର ବାରିକ, ଜୟଚନ୍ଦ୍ର ବେହେରା, ଶଶଧର ସାମଲ, ଅଶୋକ ବଳ, ଭଦ୍ରକ ଜିଲ୍ଲା -୨ ପୂର୍ବତନ ସଭାପତି ବିଷ୍ଣୁ ମୋହନ ନାୟକଙ୍କ ସମେତ ସାଇ ଭକ୍ତ ମାନେ ଉପସ୍ଥିତ ଥିଲେ।