ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନହଲ ପରିସରରେ ଏମ. ଟି. ଏସ ଫାଉଣ୍ଡେସନର ଆୟୋଜିତ ୧୫ତମ ବାର୍ଷିକ ଉତ୍ସବରେ ସେବା କ୍ଷତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସାମାଜିଜ ସଂଗଠନ “ତିହିଡ଼ି ଯୁବମଂଚ”କୁ “ସେବାଗୌରବ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ପୂର୍ବତନ ସାଂସଦ ମଞ୍ଜୁଳତା ମଣ୍ଡଳ, ସାହିତ୍ୟିକ ଇଂ ଅଭୟ ସୂତାର ଏବଂ ସମାଜସେବୀକା ଶ୍ରଦ୍ଧାଞ୍ଜଳୀ ରାଏ ପ୍ରମୁଖ ମଂଚାସିନ ଥିଲେ।ଅନୁଷ୍ଠାନର ସଭାନେତ୍ରୀ ବିଶିଷ୍ଟ ସମାଜସେବୀକା ରାଜଲକ୍ଷ୍ମୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଯୁବମଂଚ ପକ୍ଷରୁ ସଭାପତି କୈଳାସ ବେହେରା, ସମ୍ପାଦକ ନିରଞ୍ଜନ ବାରିକ, ସନାତନ ସାହୁ , ସୟଦ ରଫିକ, ଅଲେଖ ବଳ ପ୍ରମୁଖ ସେବା ସମ୍ମାନ ଗ୍ରହଣ କରିଥିଲେ। ପ୍ରକାଶ ଥାଉ କି ନିକଟ ଅତୀତରେ ବଜ୍ରପାତରୁ ଧନ ଜୀବନ ରକ୍ଷା ପାଇଁ ପ୍ରତି ବର୍ଷ ପର୍ଯ୍ୟାୟକ୍ରମେ ୨୦୦ ତାଳଗୋଟମା ଲଗାଇ ଯୁବମଂଚ ସମଗ୍ର ଭଦ୍ରକ ଜିଲ୍ଲା ତଥା ସାରା ଓଡ଼ିଶାରେ ଚର୍ଚ୍ଚାର ପରିସରକୁ ଆସିଥିଲା।