Odiapua.com

ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ପ୍ରଥମ ରଘୁନାଥ ଏସଏଚଜି ଏବଂ ଦ୍ୱିତୀୟ ମା’ ଜଞ୍ଜାଳି ଏସଏଚଜି

filter: 0; fileterIntensity: 0.0; filterMask: 0; module: h; hw-remosaic: 0; touch: (-1.0, -1.0); modeInfo: ; sceneMode: Auto; cct_value: 0; AI_Scene: (-1, -1); aec_lux: 93.30032; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶୁଭଦ୍ରା ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ବିଡିଓ ନିରଂଜନ ବାରିକ ଉଦ୍‌ଘାଟନ କରିଥିଲେ। ଜୀବିକା ମିଶନ ବିପିଏମ ରଶ୍ମିତା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରତିଯୋଗିତାରେ ୨୩ଟି ସ୍ୱୟଂସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଫତେପୁର ରଘୁନାଥ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ଓ ସିନ୍ଦୋଳ ମା’ ଜଞ୍ଜାଳି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ହୋଇଥିଲେ। ପ୍ରଥମ ହୋଇଥିବା ଗୋଷ୍ଠୀକୁ ୫ହଜାର ଏବଂ ଦ୍ୱିତୀୟ ଗୋଷ୍ଠୀକୁ ୪ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ବିଚାରକ ଭାବେ ପାଳିଆବିନ୍ଧା ବିଏନଏମଏ କଲେଜର ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ହୀରକଲତା ଦାଶ, ଏବିଡିଓ ମାନସ କୁମାର ଜେନା ଓ ସିଡିପିଓ ସବିତା ବେହେରା ଯୋଗ ଦେଇ ଖାଦ୍ୟର ମାନ ମୂଲ୍ୟାୟନ କରିଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଜିପିଇଓ ପ୍ଳାବନ ପଣ୍ଡା, ଏମଆଇ ପ୍ରିତେଶ ସାମଲ, ସହକାରୀ ଯନ୍ତ୍ରୀ ତନୁଜା ମିଶ୍ର, ଜୀବିକାମିଶନ ବିଏଲସି ସ୍ନିଗ୍ଧା ନାୟକ, ନନ୍ଦିନୀ ନାୟକ, ଏସଡିସି ପ୍ରଫୁଲ୍ଲ ମଲିକ, ସସ୍ମିତା ଖୁଂଟିଆ ପ୍ରମୁଖଙ୍କ ସହିତ ଏମବିକେ ସୁଜିତା ମହାନ୍ତି, ମିନତୀ ନାଥ, ଅନିମା ସାମଲ, ଲୀଳାବତୀ ବେହେରା, କବିତା ବାରିକ, ଲଳିତା ଶତପଥି, ଆରତୀ ଦାସ, ମନ୍ଦାକିନୀ ପତି ପ୍ରମୁଖଙ୍କ ସହିତ ସମସ୍ତ ଏମବିକେ ଓ ସିଆରପି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରପଂଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ପୁଷ୍ପାଞ୍ଜଳି ଲେଙ୍କା, ଚକ୍ରଧର ଦାସ, ସମିତିସଭ୍ୟ ଚିନ୍ତାମଣି ଦାସ, ମଣ୍ଡଳ ସଭାପତି କେଶବ ବେହେରା, ସରୋଜ ନାୟକ, ସାଇଶରଣ ବେହେରା, ଯୁବନେତା ଯଜ୍ଞଦତ ପତି ପ୍ରମୁଖ ଷ୍ଟଲ ପରିଦର୍ଶନ କରିବା ସହିତ ପାରମ୍ପରିକ ଖାଦ୍ୟର ସ୍ୱାଦ ଚାଖିଥିଲେ।