Odiapua.com

ତିହିଡ଼ି ପୁଲିସ ୧୫୦୦ ବସ୍ତା ଚୋରା କୋଇଲା ଜବତ କଲା

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ଅଧୀନ ପାଳିଆ-ନନ୍ଦପୁର ରେଳପଥ ପାର୍ଶ୍ୱରୁ ତିହିଡି ପୋଲିସ ଜବତ କରିଥିବା ୧୫ଶହ ବସ୍ତା ଚୋରା କୋଇଲାକୁ ମଙ୍ଗଳବାର ଜବତ କରିଛି । ଏହି ଚୋରା କୋଇଲାକୁ ପୁଲିସ ଧାମରା ପୋର୍ଟ କମ୍ପାନୀ ଲିମିଟେଡ (ଡିପିସିଏଲ )କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨୨ତାରିଖରେ ରାତି ପେଟ୍ରୋଲିଂ ସମୟରେ ଚୋରା କୋଇଲା ରେଳପଥ ପାର୍ଶ୍ୱରେ ରଖାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ପୋଲିସ ସେଠାରେ ପହଂଚି ଚୋରା କୋଇଲାକୁ ଜବତ କରିଥିଲା । ଭଦ୍ରକ- ଧାମରା ରେଳପଥରେ ଚାଲୁଥିବା କୋଇଲା ବୋଝେଇ ଟ୍ରେନରୁ ପ୍ରତିଦିନ ସହସ୍ରାଧିକ କ୍ୱିଂଟାଲ କୋଇଲା ଚୋରି ହେଉଛି । ତେବେ ଜବତ ହୋଇଥିବା ଚୋରା କୋଇଲା ଚାଲାଣ ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି । କୋଇଲା ଡିପିସିଏଲର ବୋଲି ଚିହ୍ନଟ ହେବା ପରେ ପୋଲିସ ଏହାକୁ ଡପିସିଏଲ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗତ ମାସରେ ମଧ୍ୟ ପୋଲିସ ୧୦୫୦ବସ୍ତା ଚୋରା କୋଇଲା ରେଳପଥ ପାର୍ଶ୍ୱରୁ ଜବତ କରି ଡିପିସିଏଲକୁ ହସ୍ତାନ୍ତର କରିଥିଲା ।