Odiapua.com

ତିହିଡ଼ିରେ କଲେଜ ଓ ସ୍କୁଲ ପରିକ୍ରମା କଲା କୌଶଳ ରଥ

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଥିବା ବିଭିନ୍ନ ସ୍କୁଲ କଲେଜକୁ ଶୁକ୍ରବାର କୌଶଳ ରଥ ପରିକ୍ରମା କରିଥିବା ଜଣାଯାଇଛି । ପ୍ରଥମେ ପୀରହାଟ ପିଏସ୍‌ଏସ୍ ହାଇସ୍କୁଲ ପରେ ହରିପୁର ଶାନ୍ତି ଆଶ୍ରମ, ତିହିଡ଼ି କଲେଜ, ସିଆରଏସ ହାଇସ୍କୁଲ ଓ ରାମନାରାୟଣ ହାଇସ୍କୁଲ ଦୋଳସାହିରେ ପହଂଚିଥିଲେ । କୌଶଳ ରଥରେ ଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବୈଷୟିକ ବ୍ୟବସ୍ଥାକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୁଲି ଦେଖିଥିଲେ । ଜିଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରିଣୀ ଅନିତା ନାୟକଙ୍କ ତତ୍ୱାବଧାନରେ ଏହି କୌଶଳ ରଥ ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭୂତି ଭୂଷଣ ପାଣିଗ୍ରାହୀ, ଜୟକୃଷ୍ଣ ମଲିକ, ତ୍ରିନାଥ ସେଠୀ ରଥ ସହ ବୁଲିଥିବା ବେଳେ ତିହିଡ଼ି ଯୁକ୍ତ୨ କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣ, ହରେକୃଷ୍ଣ ଧନୀ, ବିପଦଭଂଜନ ପତି, ବିଜୟ ସାହୁ, ରାଜେଶ ଦାସ, ପ୍ରଦୀପ ରାଉଳ, ଦିବାକର ବୀର, ଅନୀଲ ବାରିକ, ସିଆରଏସ ହାଇସ୍କୁଲ ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ଅନ୍ନପୂର୍ଣ୍ଣେସ୍ୱରୀ ସାହୁ, ରଶ୍ମିରେଖା ସୂତାର, ବନଜ୍ୟୋତ୍ସ୍ନା ପରିଡ଼ା, ରାମନାରାୟଣ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶୁଭସ୍ମିତା ତ୍ରିପାଠୀ, ଅକ୍ଷୟ ସେଠୀ, ସୁକୁମାର ସାହୁ, ସୌଭାଗ୍ୟ ରାଉତ, ଭାଗତ ଓଝା ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ତତ୍ୱାବଧାନରେ ପୁଲିସ କୌଶଳ ରଥକୁ ସୁରକ୍ଷା ପ୍ରଦାନରେ ସହଯୋଗ କରିଥିଲେ ।