Odiapua.com

ତିର୍ତ୍ତୋଲ ଉପନିର୍ବାଚନ : ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ୬ ହଜାର ୪୦୦ ଭୋଟରେ ଆଗୁଆ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ

ଭୁବନେଶ୍ୱର ୧୦-୧୧ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ହୋଇଥିବା ଦୁଇଟି ବିଧାନ ସଭା ଉପନିର୍ବାଚନର ଭୋଟ ଗଣତି ଚାଲିଛି। ତେବେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୧୮୩୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୧୯୯୭ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲିକଙ୍କୁ ୨୨୪୭ ଖଣ୍ଡ ଭୋଟ ମିଳିଛିଷ ତେବେ ବିଜେଡି ପଞ୍ଚମ ରାଉଣ୍ଡ ସୁଦ୍ଧା ୬ ହଜାର ୪୦୦ ଭୋଟରେ ଆଗୁଆ ରହିଛି।