Odiapua.com

ତିର୍ତ୍ତୋଲ – ସମାଜସେୀ ଯୁବକଙ୍କ ପରଲୋକ

ତିର୍ତ୍ତୋଲ ୦୬/୦୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ରଥିପୁର ଗ୍ରାମର ପ୍ରାଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ଦାଶଙ୍କ ସୁପୁତ୍ର ତଥା ବିଶିଷ୍ଟ ସମାଜସେବୀ ଯୁବକ ରମ୍ୟ ରଂଜନ ଦାଶ(୩୯)ଙ୍କ ପରଲୋକ ଘଟିଛି। ରମ୍ୟ ରଂଜନଙ୍କ ଦୀର୍ଘ ୧ ବର୍ଷ ପୂବେ ଏକ ସଡ଼କ ଦୂର୍ଘଟଣାରେ ଆହତ ହୋଇ ମେଡ଼ିକାଲରେ ଚିକିତ୍ସତ ହେଉଥିଲେ। ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିବା ଅବସ୍ଥାରେ ପରଲୋକ ଘଟିଥିଲା। ରମ୍ୟରଞ୍ଜନ ଜଣେ ଅତ୍ୟନ୍ତ ମେଳାପି ବ୍ୟକ୍ତି ଥିବାବେଳେ ସମାଜସେବା କ୍ଷେତ୍ରରେ ସେ ନିଜକୁ ନିୟୋଜିତ ରଖିଥିଲେ। ତାଙ୍କ ଦେହାନ୍ତ ଖବର ପାଇବାପରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗନ୍ୟ ବକ୍ତି ଆସି ରଥିପୁରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଷନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱର୍ଗତ ରମ୍ୟଙ୍କ ମର ଶରୀରକୁ ରଥିପୁର ଗ୍ରାମ ଶ୍ମଶାନ୍ତରେ ଶେଷକୃତ ସମ୍ପନ୍ନ କରାଯାଇଥିଲା। ସାନଭାଇ ସ୍ମୃତି ରଞ୍ଜନ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ରମ୍ୟରଞ୍ଜନ ଦାଶଙ୍କ ଧର୍ମପତ୍ନୀ ବର୍ତ୍ତମାନ ତିର୍ତ୍ତୋଲ ବ୍ଲକ ଜିବିକା ମିଶନର ବି-ପି-ଏମ୍‌ଅଧିକାରୀଭାବେ କାର୍ଯ୍ୟ କରନ୍ତି। ରମ୍ୟ ରଞ୍ଜନଙ୍କ ମୃତ୍ୟୁରେ ବ୍ଲକ ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।