Odiapua.com

ତିର୍ତ୍ତୋଲ ରାମ ମନ୍ଦିର ପାଇଁ ଭୂମି ପୂଜନ

ତିର୍ତ୍ତୋଲ ୦୬/୦୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ଶଙ୍ଖେଶ୍ୱର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଦିନ ମଧ୍ୟାହ୍ନ ୧୨-୩୦ ମିନିଟ୍‌ରେ ଭୂମି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠି ହୋଇଯାଇଛି। ବୁଧବାର ଦିନର ଐତିହାସିକ ଶୁଭ ମୁହୁର୍ତ୍ତରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସମୟରେ ଆଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରୁଥିଲେ ଠିକ୍ ସେହି ଶୁଭ ମୁହୁର୍ତ୍ତରେ ଏହି ସ୍ଥାନରେ ବୈଦିକ ପଣ୍ଡିତ ନିରଞ୍ଜନ ଦାଶ ସପ୍ତଦୀପ ପ୍ରଜ୍ୱଳନ କରି ପ୍ରଥମେ ହନୁମାନଙ୍କୁ ପୂଜନ, ଆରତୀ ଇତ୍ୟାଦି କରିବା ସହିତ ନଡ଼ିଆ ବାଡ଼େଇ ଭୂମି ପୂଜନର ଶୁଭାରମ୍ଭ କରିଥିଲେ। ହନୁମାନଜୀଉ କୃପା ପରିଷଦ ଆନୁକୂଲ୍ୟରେ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁ ନନା)ଙ୍କ ସଂଯୋଜନାରେ ପରିଷଦର ସଭାପତି ରଂଜନ କୁମାର ବେହେରା, ମନ୍ଦିର ଶିଳ୍ପୀ ତପନ ବେହେରା, ଉପଦେଷ୍ଟା ପୂର୍ବତନ ସରପଞ୍ଚ ନିଲୁ ଚରଣ ଜେନା, ରଂଜିତ ମହାନ୍ତି, ମିହିର ବିଶ୍ୱାଳ, ରଂଜିତ ଦାସ, ଦୁଷ୍ମନ୍ତ ସାହୁ, ଆଶୁତୋଷ ମହାନ୍ତି। ବାବାଜି ସାହୁ, ସୁମନ ବେହେରା, ସୁପ୍ରଭାତ ଦାସ, ସୌମ୍ୟ ରଞ୍ଜନ ସ୍ୱାଇଁ, ପ୍ରମୋଦ ଷଢ଼ଙ୍ଗୀ, ବିକାଶ ମହାନ୍ତି, ପୀତବାସ ଷଢ଼ଙ୍ଗୀ, କୃତିବାସ ବାରିକ୍‌, ଗଗନ ମହାନ୍ତି, ଧନେଶ୍ୱର ସାହ- ବିଭୂତି ସ୍ୱାଇଁ, ମୁରଲିଧର ସାହୁଙ୍କ ସମେତ ବହୁ ରାମ ଭକ୍ତ ଏହି ଭୂବିପୂଜନରେ ଯୋଗଦେଇଥିଲେ।