Odiapua.com

ତିର୍ତ୍ତୋଲ – ଜନାର୍ଦ୍ଦନପୁରରେ ରକ୍ଷା ବନ୍ଧନ ଉତ୍ସବ

ତିର୍ତ୍ତୋଲ ୦୬/୦୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଗୋପାଳପୁର(ଶ) ପଞ୍ଚାୟତ ଜନାର୍ଦ୍ଦନପୁର ଗ୍ରାମରେ ଥିବା ସନ୍ତୋଷୀ ମନ୍ଦିରରେ ଗହ୍ମାପୁର୍ଣ୍ଣମୀ ବା ରାକ୍ଷୀ ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖନୀୟ ଏହି ଦିନ ମା ସନ୍ତୋଷୀଙ୍କର ଜନ୍ମଦିନ ହେତୁ ପ୍ରାତଃ ସମୟରେ ମା’ଙ୍କର ପୀଠରେ ବିଶେଷ ପୂଜନ, ମାର୍ଜନ, ହବନ ଇତ୍ୟାଦି କାର୍ଯ୍ୟକ୍ରମ ପଣ୍ଡିତ ଦିଲିପ କର ବେଦମନ୍ତ୍ର ଉଚ୍ଚାରଣ କରି ସପ୍ତଶତୀ ଚଣ୍ଡି ପାଠ ଇତ୍ୟାତି କରିଥିଲେ। ପଣ୍ଡିତ ଅଭୟ ଦାଶ ସଂଯୋଜନା କରିଥିବାବେଳେ କର୍ତ୍ତାଭାବେ ରୂପ ରଞ୍ଜନ ମିଶ୍ର କାର୍ଯ୍ୟ ସଂପାଦନ କରିଥିଲେ। ପରେ ସମସ୍ତ ଭକ୍ତଙ୍କୁ ପ୍ରସାଦ ବିତରଣ କରାଯାଇଥିଲା।