Odiapua.com

ତିର୍ତ୍ତୋଲ କୁମାର ଉତ୍ସବ ସମିତିର ୪୬ତମ ବାର୍ଷିକ ଉତ୍ସବ ଓ ପାଣୀ ଜୟନ୍ତୀ ଉଦଯାପିତ

ତିର୍ତ୍ତୋଲ୧୫/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ): ଦୁଇଦିନ ଧରି ତିର୍ତ୍ତୋଲ ଜୟପ୍ରକାଶ ମଇଦାନଠାରେ ଅନୁଷ୍ଠିତ ହେଉଥିବା ତିର୍ତ୍ତୋଲ କୁମାର ଉତ୍ସବ ସମିତିର ୪୬ ତମ ବାର୍ଷିକ ଉତ୍ସବ ଓ ଗଣ କବି ବୈଷ୍ଣବ ପାଣୀଙ୍କ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼ା. ଦାମୋଦର ରାଉତ, ମୁଖ୍ୟ ବକ୍ତା ସି.ବି.ଆଇ. ସ୍ପୋଶାଲ ଜଜ୍ ଲୋକନାଥ ମହାପାତ୍ର, ସମ୍ମାନନୀତ ଅତିଥି କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍, ନାଟ୍ୟକାର ବିଜୟ ଦାସ ପ୍ରମୁଖ ଯୋଗଦେଇ କୁମାର ଉତ୍ସବ ଓ ଗଣକବି ବୈଷ୍ଣବ ପାଣି ଜୟନ୍ତୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ କୁମାର ଉତ୍ସବ ସମିତି ଓ ଅତିଥିମାନଙ୍କ ତରଫରୁ ନାଟ୍ୟକାର ବିଜୟ ଦାସ ଓ ଯାତ୍ରା ଜଗତର ବିଶିଷ୍ଠ ଖଳନାୟକ ସଞ୍ଜୟ ଭୋଳଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମିତିର ସଭାପତି ବିଭୂତି ଭୂଷଣ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଉପଦେଷ୍ଟା ସୁଶ୍ରୀ ବିଜୟା ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସହ ସମ୍ପାଦକ ଶୁଖେନ୍ଦୁ ଦାଶ ସମ୍ପଦକୀୟ ବିବରଣୀ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସମିତିର ଉପସଭାପତି ରାକେଶ ମହାପାତ୍ର, ପ୍ରଯୋଜକ ପ୍ରଶାନ୍ତ ମହାନ୍ତି, ସମିକ୍ଷକ ତୁଷାର କାନ୍ତ ରାୟ, କୋଷାଧ୍ୟକ୍ଷ ନବକୁମାର ମହାପାତ୍ର, ନିତ୍ୟାନନ୍ଦ ଜେନା, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ସରପଞ୍ଚ ମନୋରଞ୍ଜନ ମହାପାତ୍ର, ବିନୟ ମହାପାତ୍ର, ବିମଳ ମହାପାତ୍ର, ସଂଜୟ ମହାପାତ୍ର, ଅରୁଣ ମହାନ୍ତି, ଧିରେନ୍ ଦାସ, ନରେଶ ମହାପାତ୍ର୍ର, ବିରେନ୍ଦ୍ର ଦାସ, ସାଗରମୟ ମହାପାତ୍ର ଙ୍କ ସମେତ ସମିତିର ସମସ୍ତ ସଭ୍ୟସଭ୍ୟା ପରିଚାଳନା କରିଥିଲେ।ଶେଷରେ ସଭାପତି ବିଭୂତି ଭୂଷଣ ବିଶ୍ୱାଳ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।ପରେ ପରେ କୁମାର ଉତ୍ସବ ସମିତିର କଳାକାରମାନଙ୍କଦ୍ୱାରା “ଫଗୁଣ ଅଳପ ଶ୍ରାବଣ ବେଶୀ” ସାମାଜିକ ନାଟକ ପରିବେଷଣ କରାଯାଇଥିଲା।