Odiapua.com

ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜିଂ

ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ମହାମାରୀ କରୋନା ସଂକ୍ରମିତ ଭୂତାଣୁକୁ ପ୍ରତିରୋଧ କରିବାପାଇଁ ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ କାର୍ତ୍ତିକ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ଧୋୟା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଇ ସାନିଟାଇଜିଂ କରାଯାଇଥିବା ଦେଖିବାକୁ ମିଳିଛି। ଏହି ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ସାମନ୍ତରାପୁର ଉଚ୍ଚ ବିଦ୍ୟାଳୟରେ ହୋଇଥିବା କରୋନା ମୁକାବିଲା ପାଇଁ କ୍ୱାରାଣ୍ଟାଇନି ସେଣ୍ଟର, ପଞ୍ଚାୟତ କାର୍ଯ୍ୟାଳୟ, ସିରସ୍ତା ହାଟ ସମେତ ପଞ୍ଚାୟତର ବିଭିନ୍ନ ସ୍ଥାନରେ ସାନିଟାଇଜିଂ କରାଯାଇଥିଲା। ପଞ୍ଚାୟତର ସରପଞ୍ଚ ମନୋଜ କୁମାର ବେହେରା, ପୂର୍ବତନ ସମିତିସଭ୍ୟ ସୂର୍ଯ୍ୟ ନାରାୟଣ ବେହେରା ଉପସ୍ଥିତ ଥିଲେ। ସେହିପରି ଆମ୍ବେରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସର, ଏନେଏମ୍ ସେଣ୍ଟର, ବାତ୍ୟା ଆଶ୍ରୟ ସ୍ଥଳୀରେ ହୋଇଥିବା କ୍ୱାରାଣ୍ଟାଇନ୍ ସେଣ୍ଟର, କୋଲର ପଞ୍ଚାୟତର ବ୍ୟାଙ୍କ ପରିସର, ଏଟିଏମ କେନ୍ଦ୍ର, କୋଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ରାଜିବ ଗାନ୍ଧି ସେବା କେନ୍ଦ୍ରରେ ହୋଇଥଇôବା କ୍ୱାରାଣ୍ଟାଇନ ସେଣ୍ଟର, ପୋରଗଦେଇ ପଞ୍ଚାୟ୍ କାର୍ଯ୍ୟାଳୟ, ବାତ୍ୟା ଆଶ୍ରୟ ସ୍ଥଳୀରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟର ପ୍ରଭୃତି ସ୍ଥାନରେ ସାନିଟାଇଜିଂ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ସମେତ ମୁଖ୍ୟଆଗ୍ନେକ ବିଶେଶ୍ୱର ଦାସ, ସୁବାଷ ଚନ୍ଦ୍ର ସେନାପତି, ଶୁକଦେବ ନାୟକ, ବିଭୂତି ପରିଡ଼ା, ଆଲୋକ କୁମାର ବେହେରା, ପ୍ରଶାନ୍ତ ସାମଲ, ହେମନ୍ତ ପରିଡ଼ା, ଶେଖ୍ ତବରେଜ, ସୁମନ୍ତ ସାମଲ ପ୍ରମୁଖ ଉପସ୍ଥିତ ରହି ସାନିଟାଇଜିଂ କରିଥିଲେ। ଆମ୍ବେରୀ ପଞ୍ଚାୟତ ସରପଞ୍ଚ ଅଭୟ କୁମାର ସାହୁ, ସୁନିତା ସାମନ୍ତରାୟ, କୋଲର ପଞ୍ଚାୟତ ସରପଞ୍ଚ ଦିପ୍ତିମୟୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।