Odiapua.com

ତିର୍ତ୍ତୋଲର ପୂର୍ବତନ ବିଧାୟକ ରବିନ୍ଦ୍ର ନାଥ ଭୋଇଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ତିର୍ତ୍ତୋଲ ୧୫/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ପୂର୍ବତନ ବିଧାୟକ ରବିନ୍ଦ୍ର ନାଥ ଭୋଇଙ୍କ ଶ୍ରର୍ଦ୍ଧାଞ୍ଜନଳୀ ସଭା ଏହି ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ବିଜୁ ଜନତାଦଳ କାର୍ଯ୍ୟାଳୟ ପରିସରରେ ୧ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପଞ୍ଚୟତର ମୁରବି ତଥା ଶିକ୍ଷାବିତ୍ ରବିନ୍ଦ୍ର ମହାପାତ୍ର ଓ ପୂର୍ବତନ ସମିତିସଭ୍ୟ ଗୋପିନାଥ ଦାଶ, କୌଳାଶ ଚନ୍ଦ୍ର ସାହୁ ଯୋଦେଇ ଦିବଂଗତ ଶ୍ରୀଯୁକ୍ତ ଭୋଇଙ୍କ ଫଟୋ ଚିତ୍ରରେ ପ୍ରଦ୍ୱିପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ସଭା ଆରମ୍ଭ କରାଯାଇଥିଲା। ପରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ଭଜହରି କର, ଫକିରୀ ଚରଣ ସାହୁ, ନାରାୟଣ ରାଉତ, ନରେନ୍ଦ୍ର କୁମାର ସାହୁ, ବସନ୍ତ କୁମାର ସ୍ୱାଇଁ, ବିଜୟ କୁମାର ମଲ୍ଲିକ, ଦୂର୍ଯ୍ୟଧନ ରାଉତ, ଶୁଭାସିନି ସାହୁ, ଜିନା ସାହୁ, ଝରଣା ଦାସ, ବନ୍ଦନା ଲେଙ୍କା, ରୋଜାଲିନି ସ୍ୱାଇଁ, ଭାରତି ସୁତାର, ତପନ ବିହାରି ଦାସ, କ୍ଷୀରୋଦ କୁମାର ରାଉତ, ପ୍ରଶାନ୍ତ କୁମାର ରାଉତ, ନିମାଇଁ ଦାସ, ରଞ୍ଜନ କୁମାର ସିଂହ, ସରୋଜ କାନ୍ତ ନାୟକ, ରାଜକିଶୋର ଦାସ, ସୁରେନ୍ଦ୍ର ନାଥ ପୃଷ୍ଟି, ପ୍ରଶାନ୍ତ କୁମାର ସ୍ୱାଇଁ, ଅଖିଲ ଦାସ, ସୋମେନ୍ଦ୍ର ଦଳାଇ, ଅଜୟ କୁମାର ପ୍ରଧାନ, ପ୍ରଦୀପ୍ତ ସାମଲ, ଚନ୍ଦନ ଦଳାଇ, ସନ୍ଦିପ ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଅତ୍ମାର ଗୁଣଗାନ କରିବା ସହିତ ପ୍ରଭୂ ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।