Odiapua.com

ତିର୍ତ୍ତୋଲରେ ଯୁଗ୍ମ ଜନ ଅଭିଯୋଗ ଶୁଣାଳି ଶିବିର: ୧୪୨ ଅଭିଯୋଗ ରୁ ୮ର ତତ୍ କାଳ ସମାଧାନ

ତିର୍ତ୍ତୋଲ୧୫/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୧୧୯ଟି ଯଥା ଇନ୍ଦିରାଆବାସ, ବିଜୁ ପକ୍କାଘର ୫୩ଟି, ଭତ୍ତାସମ୍ବନ୍ଧୀୟ ୧୦ଟି, ରେସନ କାର୍ଡ଼ ସମ୍ପର୍କିତ ୬ଟି, ଆଇନିସହାୟତା ପାଇଁ ୭ଟି, ଘର ଢ଼ିଅ ପାଇଁ ୯ଟି, ଗୁହାଳ ନିର୍ମାଣ ସମ୍ପର୍କିତ ୨ଟି, ଚିଟ୍ ଫଣ୍ଡ ସମ୍ପର୍କିତ ୨ଟି, ଅନ୍ୟାନ୍ୟ ୨୨ଟି, ଗାଁ ସମସ୍ୟା ୧୬ଟି, ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାତା ପାଇଁ ୩ଟି, ରେଡ଼କ୍ରସ ପାଣ୍ଠିରୁ ସହାୟତା ପାଇଁ ୪ଟି ଏହି ପରି ମୋଟ ୧୪୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥିମଧ୍ୟରୁ ୮ଟି ଅଭିଯୋଗର ତତ୍ କାଳ ଫଇସଲା କରାଯାଇଥିଲା।କଟକ-ପାରାଦ୍ୱିପ ରାସ୍ତାର ଭୁତୁମୁଣ୍ଡାଇ(ଫୁଲବେଲାରି)ଠାରେ ହାଇୱା ଦୁର୍ଘଟଣାରେ ପଞ୍ଚମ ଶ୍ରେଣୀ ଛାତ୍ର କାହ୍ନୁ ଚରଣ ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା। କୁଜଙ୍ଗ ସମିତିସଭ୍ୟ ସୁତଳ କୁମାର ସ୍ୱାଇଁ, ଭୁତୁମୁଣ୍ଠାଇ ସରପଞ୍ଚ ସଞ୍ଜୟ କୁମାର ସ୍ୱାଇଁ, ପ୍ରଶନ୍ନ କୁମାର ନାୟକ, ବାବୁଲି ସ୍ୱାଇଁ, ଇଶ୍ୱର ଚନ୍ଦ୍ର ପୃଷ୍ଟି, ବସନ୍ତ କୁମାର ପୃଷ୍ଟି, ସରତ ପୃଷ୍ଟି ଓ ତାଙ୍କ ସମ୍ପର୍କୀୟମାନେ ଆଜି ଜନଶୁଣାଣି ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ମୃତକ ପରିବାରକୁ ସହାୟତା କରିବାପାଇଁ ନିବେଦନ କରିଥିଲେ। ମୃତକର ମାତାଙ୍କୁ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର, ପ୍ରକ୍ଳପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବିଜୟ ଲକ୍ଷ୍ମି ନାୟକ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତହସିଲଦାର ସୁଜାତା ପାତ୍ର, ପଞ୍ଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ଯୋଗଦେଇଥିବାବେଳେ ତିର୍ତ୍ତୋଲ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରାଯାଇଥିଲା।