Odiapua.com

ତିନି ବେଆଇନ୍ ବାଲି ବୋଝେଇ ଗାଡି ଜବତ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ପୋଲିସ୍ ଗତକାଲି ରାତ୍ରରେ ବେଆଇନ୍ ଭାବେ ପରିବହନ କରୁଥିବା ୩ ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି । ପୋଲିସ୍ ହାଟଡିହି ବ୍ଲକ ଅଂଚଳରୁ ଆସୁଥିବା ତରାପୁର ପେଟ୍ରୋଲ୍ ପମ୍ପ, ଆପଣ୍ଡା ଛକରୁ ଏହି ତିନିଗୋଟି ଗାଡିକୁ ଅଟକାଇ ଥିବା ବେଳେ ଆବଶ୍ୟକୀୟ କାଗଜପତ୍ର (ଟ୍ରାନ୍‌ଜିଟ ପାସ୍‌) ଦେଖାଇ ପାରି ନଥିବାରୁ ନିଜ ହେପାଜତକୁ ନେଇଥିଲା । ଗାଡି ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ସୁପ୍ରକାଶ ମହାନ୍ତି କହିଛନ୍ତି । ପ୍ରକାଶଥାଉକି ହାଟଡିହି ବ୍ଲକ ଅଂଚଳରେ ଥିବା ବୈତରଣୀ ନଦୀର ବାଲି ଘାଟ ବନ୍ଦ ରହିବା,କିଛିଦିନ ପୂର୍ବେ ସଂପୃକ୍ତ ବାଲି ବେପାରୀଙ୍କ ଘରେ ଚଢାଉ କରାଯାଇ ନକଲ କାଗଜପତ୍ର ଓ ଟଙ୍କା ସୁନା ଜବଦ୍ କରାଯାଇଥିବା ବେଳେ ବିନା କାଗଜ ପତ୍ରରେ ବାଲି ପରିବହନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ପ୍ରକାଶଥାଉକି କିଛିମାସ ପୂର୍ବେ ବନ୍ତ ଥାନାରେ ସୁପ୍ରକାଶ ମହାନ୍ତି ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗଦାନ କରିବା ପରେ ବିଶେଷ କରି ବେଆଇନ ବାଲି ଚାଲାଣ ଓ ଚୋରା ଦେଶୀ ବିଦେଶୀ ମଦ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଚଂଳବାସୀଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି ।