Odiapua.com

ତିନି ବର୍ଷରେ ୧୫୯୫ ପାକିସ୍ତାନୀ ଓ ୩୯୧ ଆଫଗାନିସ୍ତାନୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି : ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ବିଗତ ତିନି ବର୍ଷ ଅର୍ଥାତ ୨୦୧୬ରୁ ୨୦୧୮ ମଧ୍ୟରେ ପାକିସ୍ତାନରୁ ୧୫୯୫ ଓ ଆଫଗାନିସ୍ତାନରୁ ପ୍ରବାସନ ହୋଇଥିବା ୩୯୧ଜଣ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ୨୦୧୯ ଡିସେମ୍ବର ୬ ତାରିଖ ସୁଦ୍ଧା ୪୦ ଆଫଗାନୀ ଓ ୭୧୨ ପାକିସ୍ତାନୀ ପ୍ରବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି।

ଶ୍ରୀ ରାୟ ଉଲ୍ଲେଖ କରିଥିଲେ ଯେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଯଥା-ଶିଖ, ହିନ୍ଦୁ, ବୌଦ୍ଧ, ଜୈନ, ପାର୍ସୀ ଖ୍ରୀଷ୍ଟିଆନ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ସହ ଏହି ତଥ୍ୟକୁ ଅନଲାଇନରେ ରଖିବା ଲାଗି ୨୦୧୮ରେ ବ୍ୟବସ୍ଥା କରାଯାଇଥିଲା। ସେବେଠାରୁ ଆଫଗାନିସ୍ତାନ ଓ ପାକିସ୍ତାନର ୯୨୭ ଶିଖ ଓ ହିନ୍ଦୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇସାରିଛି।