Odiapua.com

ତିନି ତଲାକ ଆଇନର ଦୁଇ ବର୍ଷ ପୂର୍ତ୍ତି: ଆଜି ‘ମୁସଲିମ ମହିଳା ଅଧିକାର ଦିବସ’ ପାଳନ କରାଯିବ

ନୂଆ ଦିଲ୍ଲୀ ୧ ଅଗଷ୍ଟ (ଓଡ଼ିଆ ପୁଅ) ତିନି ତଲାକ ବିରୋଧରେ ଆଇନ କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ପୂରିବାକୁ ଆଜି ଦେଶରେ ‘ମୁସଲିମ ମହିଳା ଅଧିକାର ଦିବସ’ ପାଳନ କରାଯିବ। ଦେଶର ବିଭିନ୍ନ ସଂଗଠନ ଏହି ଦିନକୁ ‘ମୁସଲମାନ ମହିଳା ଅଧିକାର ଦିବସ’ ଭାବରେ ପାଳନ କରିବେ। ଏହି ଅବସରରେ ଆଜି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର ଅବ୍ବାସ ନକଭିଙ୍କ ଘରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଯେଉଁଥିରେ ମୁସଲମାନ ମହିଳାମାନେ ଉପସ୍ଥିତ ରହିବେ।

ସଫଦରଜଙ୍ଗ ରୋଡରେ ମୁଖାର୍ ଅବ୍ବାସ ନକଭିଙ୍କ ଘରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମହିଳାମାନଙ୍କୁ ସମ୍ବୋଧିତ କରିବେ।