Odiapua.com

ତିନିରାଜ୍ୟ ସୀମାନ୍ତ ମୋଟୁ ଠାରେ ବିଜେଡିର ଜନସଂପର୍କ ପଦଯାତ୍ରା

ମାଲକାନଗିରି,୪ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ମାନସ ମାଡକାମି ଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ  ପଚାଂୟତରେ ଜନସଂପର୍କ  ପଦଯାତ୍ରା ଆରମ୍ଭ ହୋଇ ଯାଇଛି ।  ଆନ୍ଦ୍ରପ୍ରଦେଶ ଛତିଶଗଡ ଓଡିଶା ସୀମାନ୍ତକୁ ଲାଗିଥିବା ମୋଟୁ ତହସିଲ  ନିକଟ ସେବାରୀ ,ସିଲେରୁ ,ଚିନା ଗୋଦାବରୀ ତ୍ରୀ ନଦୀ ସଙ୍ଗମସ୍ଥଳରୁ ବିଜେଡି ଦଳ ର ଶତାଧିକ ନେତା ଓ କର୍ମୀ ମାନେ ଜନସଂପର୍କ ପଦସୋଭାଯାତ୍ରା କରି  ସୀମାନ୍ତ ମୋଟୁ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ କର୍ମୀସମ୍ମିଳନୀର ଆୟୋଜନ କରିଥିଲେ  । ଆଗାମି ନିର୍ବାଚନ ପାଇଁ କାଲିମେଳା ବ୍ଲକର ୨୩ଟି ଗ୍ରାମପଚାଂୟତ ଓ ୨୧ଟି ଓ୍ୟର୍ଡା କମିଟି,ବୁଥକମିଟି  ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ଗଠନ ହୋଇଥିଲା । କେନ୍ଦ୍ରସରକାରଙ୍କ ଅବହେଳା,ତୈଳଦରବୃଦ୍ଧି,ପୋଲଭରମ ପ୍ରକଳ୍ପ ବିରୋଧ ସହ ରାଜ୍ୟସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ବିଜେଡି ଦଳ ପକ୍ଷରୁ ଏହି ଜନସଂପର୍କ ପଦଯାତ୍ରା ଓ କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ  ଗ୍ରାମବୀସୀଙ୍କ ବିଭିନ୍ନ ସମସ୍ୟା ,ସରକାରଙ୍କ ଜନହିତକାରୀ କାର୍ଯ୍ୟ,ରାସନକାର୍ଡ, ବାର୍ଦ୍ଦକ୍ୟ,ବିଧବା, ବିକଳାଙ୍ଗ ଭତା,ଜବକାର୍ଡ, କୃଷିବିମା,ସ୍ୱାସ୍ଥ୍ୟବୀମା,ବିଜୁପକା ଘର,ସ୍ୱାସ୍ଥ୍ୟ, ପାନୀୟଜଳ, ଶିକ୍ଷା,ରାସ୍ତାଘାଟ ସହିତ ଅନ୍ୟାନ ଜନହିତକର କାର୍ଯ୍ୟ ଓ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଭାଷା,କଳା ସଂସ୍କୃତି ବିକାଶ ଉପରେ ବିଧାୟକ ଶ୍ରୀ ମାଡକାମୀ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଜନସଂପର୍କ ପଦ ଯାତ୍ରାରେ ଜିଲ୍ଲା ବିଜେଡି ନେତା ପ୍ରଫୁଲକୁମାର ପଣ୍ଡା,ରମେଶ କୁମାରପଟନାୟକ,ନିରୋଦମିସ୍ତ୍ରୀ,ଇ.ଭେଙ୍କଟ ରାଓ,ବିଶ୍ୱନାଥ ରେଡି, ଇର୍ମାପଡିଆମି, ମାଲାକନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟକୁମାର ନାୟକ,ବିଜେଡି ରାଜ୍ୟ କାର୍ଯ୍ୟକାରି ସଦସ୍ୟ ଧନୁର୍ଯ୍ୟୟ ମାଡକାମି,କାମେଶ୍ୱର ରାଓ,ହିମାଶୁଂ ସାମଲ,ମାଧବ ସାବତ,ବିପ୍ଲବ ବିଶ୍ୱସ, ଶରତ ଚନ୍ଦ୍ର ବିଶ୍ୱାଳ,ସହିତ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପଦ ଯାତ୍ରାପରେ ବିଧାୟକ ମୋଟୁ ଠାରେ ଆନ୍ଦ୍ରପ୍ରଦେଶ ଓ ଛତିଶିଗଡ ସରକାରଙ୍କ ପକ୍ଷରୁ ସାବେରୀ, ସିଲେରୁ ନଦୀରେ ନିର୍ମାଣ ଧିନ ଦୁଇଟି ବ୍ରୀଜକୁ ପରିଦର୍ଶନ କରି ଏହା ତୁରନ୍ତ ନିର୍ମାଣ କାମସାରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ ।