Odiapua.com

ତିନିମୁହାଣିଛକରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ

କେନ୍ଦ୍ରାପଡା, ୨୪/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଶନିବାରଦିନ ଟାଉନ ଥାନା ପୋଲିସ ପକ୍ଷରୁ ତିନିମୁହାଣିଛକରେ ସନ୍ଧ୍ୟାରେ ହେଲମେଟ ଚେକିଂ ହେଉଥିବା ବେଳେ ଭିତରକନିକାକୁ ଗସ୍ତରେ ଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିବାକୁ ସେଠାରେ ବିଜେପି କର୍ମୀମାନେ ପହଁଚି ଯାଇଥିଲେ। ବିଜେପି କର୍ମୀମାନେ ହଠାତ ପୋଲିସର ହେଲମେଟ ଚେକିଂ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କ ସହ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ଏଭଳିକି ହେଲମେଟ ନଥିବା ବାଇକ ଚାଳକଙ୍କ ଠାରୁ ପୋଲିସ ଫାଇନ ଆଦାୟ କରୁଥିବା ବେଳେ ତାହାକୁ ବିଜେପି କର୍ମୀମାନେ ଯୋରଜବରଦସ୍ତ ବନ୍ଦ କରିଦେଇ ବାଇକ ଚାବୀ ଫେରାଇ ଦେବାକୁ ପୋଲିସକୁ ଏକରକମ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ପୋଲିସ ଓ ବିଜେପିକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବାର ଦେଖିବାକୁ ମିଳିଥିଲା। ଶେଷରେ ପୋଲିସ ବାଧ୍ୟ ହୋଇ ସେଠାରେ ହେଲମେଟ ଚେକିଂକୁ ବନ୍ଦ କରିଦେଇଥିବାର ଦେଖିବାକୁ ମିଳିଥିଲା। ବିଜେପି କର୍ମୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି।