Odiapua.com

ତିନିଦିନ ପରେ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତ ଦେହ

ଭୁବନେଶ୍ଵର,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ତିନି ଦିନ ପରେ ଉଦ୍ଧାର ହେଲା ନିଖୋଜ ନାବାଳିକାଙ୍କ ମୃତଦେହ । ଗତ ୬ ତାରିଖରେ ମହାନଦୀକୁ ଗାଧୋଇବାକୁ ଯାଇ ଭାସିଯାଇଥିବା ନାବାଳିକାଙ୍କ ମଧ୍ୟରୁ ନିଖୋଜ ଥିବା ନାବାଳିକା ପିଙ୍କି ବିଶ୍ୱକର୍ମାଙ୍କ ମୃତଦେହ ଆଜି ଉଦ୍ଧାର କରିଛି ଓଡ୍ରାଫ ଟିମ । ତେବେ ୩ ଦିନର ସର୍ଚ୍ଚ ଅପରେସନ ପରେ ଆଜି ଦ୍ଵିତୀୟ ମହାନଦୀ ସେତୁର ବିନାଖଣ୍ଡି ଅଞ୍ଚଳରୁ ନିଖୋଜ ବାଳିକା ପିଙ୍କି ବିଶ୍ଵକର୍ମାଙ୍କ ମୃତଦେହ ଉଦ୍ଧାର ହୋଇଛି ।