Odiapua.com

ତିତଲିର ପ୍ରଭାବ:ଲାଗି ରହିଛି ବର୍ଷା ଏବଂ ପବନ

ବ୍ରହ୍ମପୁର/ଗୋପାଳପୁର/ରଙ୍ଗେଇଲୁଣ୍ଡା;୧୧,ଅକ୍ଟୋବର:ତିତଲିର ପ୍ରଭାବରେ ଗୋପାଳପୁର,ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଲାଗି ରହିଛି ବର୍ଷା ଏବଂ ପବନ।ଦଲକାଏ ପବନ ଏବଂ ବର୍ଷା ପୁଣି ପବନ ଏପରି ଲାଗି ରହିଛି।କେତେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ରହିଛି।ଏବେ ବି ଗଛ ଉପୁଡ଼ିବା ଲାଗି ରହିଛି।ବିଦ୍ୟୁତ ସରବରାହ ବନ୍ଦ ରହିଛି।୧୦ ତାରିଖ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଗୋପାଳପୁର ସମୁଦ୍ର ସେତେଟା ଅଶାନ୍ତ ନଥିଲା।ଗୋପାଳପୁର,ରଙ୍ଗେଇଲୁଣ୍ଡା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତି ଯାଏଁ ସେପରି ବର୍ଷା କି ପବନ ଜଣା ପଡୁନଥିଲା।କିନ୍ତୁ ଯେପରି ରାତି ଗଡ଼ିଲା ଆରମ୍ଭ ହୋଇ ଯାଇଥିଲା ପବନ।ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବା ସାଙ୍ଗକୁ ପବନର ବେଗ ବଢ଼ି ଚାଲିଥିଲା।ବିଳମ୍ବିତ ରାତି ୩ଟା ପରେ ପବନ ବେଗ ବିଶେଷ ବଢ଼ିଥିଲା।କିନ୍ତୁ ବର୍ଷା ସେତେଟା ନଥିଲା।ଏହିପରି ସକାଳ ୫ଟା/୬ଟା ପର୍ଯ୍ୟନ୍ତ ଚାଲିଲା।କିନ୍ତୁ ଏହାପରେ ପବନ ବେଗ କିଛିଟା କମିଥିବା ବେଳେ ବର୍ଷାର ମାତ୍ରା ତୀବ୍ର ହୋଇଛି।ଏବଂ ଏହି ପ୍ରକ୍ରିୟା ଏବେ ଲାଗି ରହିଛି।ରାସ୍ତାଘାଟ ସୁନସାନ ରହିଥିବା ବେଳେ କେବଳ ଛୋଟ ଛୋଟ ଗାଡ଼ି ମୋଟର କୋଚିତ ଚଳାଚଳ କରୁଛି।ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।/ଦେବଦତ୍ତ