Odiapua.com

ତାଳ ବରଡା କୁଡିଆରେ ୭ ପରିବାର : ସରକାରୀ ଯୋଜନା କାହା ପାଇଁ ?

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ସରକାର ଜନହିତ ପାଇଁ ଅନେକ ଯୋଜନା କରୁଛନ୍ତି । ଯୋଜନା ମଧ୍ୟରେ ରହିଛି ଭୂମିହୀନ ଙ୍କୁ ଘରଡିହ ପଟା ପ୍ରଦାନ ଓ ମାଟିକାନ୍ଥ ଚାଳଘରେ ରହୁଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ୍ କରି ସହାୟତା ପ୍ରଦାନ କରିବା । କାହାକୁ ଭୋଖ ରେ ରଖାଯିବ ନାହିଁ ବୋଲି ଖାଦ୍ୟ ସୁରକ୍ଷା ଆଇନ୍ । କିନ୍ତୁ ଯୋଜନାରେ କେଉଁଠି ଗଳାବାଟ ରହୁଛି କେଜାଣି ଯୋଜନା ପ୍ରକୃତ ହିତାଧିକାରୀ ଙ୍କ ପାଖରେ ପହଂଚି ପାରୁନାହିଁ । ସେଭଳି ଯୋଜନା ଅପହଂଚ ଗାଁ ହେଉଛି ନୟାଗଡ ଜିଲ୍ଲ୍‌ା ରଣପୁର ବ୍ଲକ୍ ହଂସରା ଗ୍ରାମ ପଂଚାୟତ କରଡାପଲ୍ଲୀ ଗାଁ  । ଏହି କରଡାପଲ୍ଲୀ ଗାଁ ରେ ଦିର୍ଘ ୪୦ ବର୍ଷରୁ ଉର୍ଦ୍ଧ ହେବ ଶିକାରୀ ଜାତିର ମୁଣ୍ଡପୋତା କେଳା ବାସ କରି ଆସୁଛନ୍ତି । ସେମାନ ଙ୍କ ଜୀବିକା ହେଉଛି ଗାଁ ଗାଁ ରେ ବୁଲି ଚାଙ୍ଗୁ ବାଜା ବଜାଇ ମାଟିରେ ମୁଣ୍ଡ ପୋତି କେଳା ଜାତି ର ବିଭିନ୍ନ ଖେଳ ଦେଖାଇବା  ା ଗାଁ ଲୋକମାନେ ଖେଳ ଦେଖି ଭାତ ଡାଲି ତରକାରୀ ଆଦି ଦେଇଥାନ୍ତି । ସେହି ଗାଁ ଲୋକଙ୍କ ଖାଦ୍ୟ ଖାଇ ସେମାନେ ଜୀବନ ଧାରଣ କରିଥାନ୍ତି । ଅନ୍ୟ ସମୟରେ ନଦୀ ନାଳ ଜଙ୍ଗଲ ଆଦି ବୁଲି ବେଙ୍ଗ, ଗୋଧି ଓ ମୂଷା ଆଦି ଶିକାର କରି ମାରି ଖାଇଥାନ୍ତି । ଏବେ ଗାଁ ଗାଁରେ ମୁଣ୍ଡପୋତା କେଳା ନୃତ୍ୟ ବନ୍ଦ ହୋଇଯାଇଛି । ସେମାନେ ଜଙ୍ଗଲରୁ ଖଜୁରୀପତ୍ର ଆଣି ଝାଡୁ ତିଆରୀ କରି ବିକ୍ରି ବଟା କରୁଛନ୍ତି । ଏହି ୭ଗୋଟି ପରିବାର ଖାଦ୍ୟସୁରକ୍ଷା ଆଇନ୍ ରୁ ବଂଚିତ ହୋଇଛନ୍ତି ।  ତେଣୁ ସେମାନଙ୍କୁ ସରକାରୀ ରାସନ ସାମଗ୍ରୀ ମିଳୁନାହିଁ ।

୪୦ବର୍ଷ ଧରି ତାଳ ବରଡା ଛପର କୁଡିଆରେ ପିଲାଛୁଆ ଧରି ରହି ଆସୁଛନ୍ତି । ଆବାସ ଯୋଜନାରେ ସେମାନଙ୍କ ନାଁ ଥିଲେ ମଧ୍ୟ ସରକାରୀ ବାବୁ ମାନେ ଭୂମିହୀନ ଦର୍ଶାଇ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କରୁନାହାଁନ୍ତି । ସେମାନେ ରଣପୁର ତହସିଲ୍ କାର୍ଯ୍ୟାଳୟ କୁ ଘରଡିହ ପଟା ପାଇଁ ଆବେଦନ କରି ବାରମ୍ବାର ଦଉଡୁଥିଲେ ମଧ୍ୟ ଘରଡିହ ପଟା ମିଳୁନାହିଁ । ଏ ସଂର୍ପକେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲ୍‌ା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଏହିଭଳି ଅନେକ ମୁଣ୍ଡପୋତା କେଳା ମାନେ କଜଳାଇପଲ୍ଲୀ ଅଂଚଳରେ ରହିଆସୁଛନ୍ତି । । ସେମାନଙ୍କୁ ଘରଡିହ ପଟା ମିଳୁନାହିଁ କି ଆବାସ ଯୋଜନାରେ ସାମିଲ୍ କରାଯାଉନାହିଁ । କରଡାପଲ୍ଲୀରେ ଏହିଭଳି ମୁଣ୍ଡପୋତା କେଳା ଅଛନ୍ତି । ମୋ ପାଖରେ ଖବର ନଥିଲା ଆପଣଙ୍କ ଠାରୁ ଜାଣିଲି । ଆଗରୁ ମତେ କେହି କହିନଥିଲେ  । ସେମାନେ ମତେ ଲିଖିତ ଭାବରେ ଜଣାଇଲେ ମୁଁ ପଦକ୍ଷେପ ନେବି । ଏ ସଂର୍ପକେ ନୟାଗଡ ଉପ ଜିଲ୍ଲ୍‌ାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଭୂମିହୀନ ମାନଙ୍କୁ ଯଦି ଆବାସ ଯୋଜନା ତାଲିକା ରେ ନାଁ ଥିବ ତାହେଲେ ଅଗ୍ରାଧିକାର ଭିତ୍ତିରେ ଘରଡିହ ପଟା ପ୍ରଦାନ ସହିତ ଆବାସ ଯୋଜନାରେ ସାମିଲ୍ କରାଯିବା କଥା । ସେମାନେ ରଣପୁର ତହସିଦାରଙ୍କୁ  ସାକ୍ଷାତ କରନ୍ତୁ । ମୁଁ ତହସିଦାରଙ୍କୁ  କହିଦେଉଛି । ତୁରନ୍ତ ମୁଣ୍ଡପୋତା କେଳା ମାନଙ୍କୁ ସରକାରୀ ସହାୟତା ଓ ସହଯୋଗ ପ୍ରଦାନ କରାଯିବ ।