Odiapua.com

ତାଳପଦାରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଉଦ୍‌ଘାଟିତ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ଅଧୀନ ତାଳପଦା ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରାଯାଇଛି। ରାଜ୍ୟ ସଂଗୀତ ମାନ୍ୟତା ପାଇଥିବା ବନ୍ଦେ ଉତ୍କଳ ଜନନୀ ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗାଁ ତାଳପଦାକୁ କେନ୍ଦ୍ର ସରକାର ବରପୁତ୍ର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଶୁକ୍ରବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଠାରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାକୁ ଅଭାଷୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ତାଳପଦା କାନ୍ତକବି ସ୍ମୃତି ମନ୍ଦିର ପରିସରରେ ମଧ୍ୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ମୁଖ୍ୟ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ନିରଂଜନ ବାରିକ, ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ଶିର୍କା, ଜିଲା କଳା ସଂସ୍କୃତି ଉପସଭାପତି ତ୍ରିଲୋଚନ ପଣ୍ଡା, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, ସହକାରୀ ଯନ୍ତ୍ରୀ ଭୀଷ୍ମଦେବ ଶତପଥି ଓ ତନୁଜା ମିଶ୍ର, କନିଷ୍ଠ ଯନ୍ତ୍ରୀ ଅଲେଖ ତୀର୍କି, ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସୌମ୍ୟା ସୁଚରିତା ମହାନ୍ତି, ଏନଆରଇଜିଏସ ସହକାରୀ ସୁଧାଂଶୁ ଶେଖର ନାୟକ, କାନ୍ତ କବି ସ୍ମୃତି ପରିଷଦ ସଭାପତି ଚିନ୍ତାମଣି ଦାସ, ସମ୍ପାଦକ ବାଣିକଲ୍ୟାଣ ମହାପାତ୍ର, ବରିଷ୍ଠ ବିଜେପି ନେତା ଦୀନବନ୍ଧୁ ପତି, ରାମଚନ୍ଦ୍ର ନାୟକ, ରତିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି କାନ୍ତକବି ମଣ୍ଡଳ ସଭାପତି ସରୋଜ କୁମାର ନାୟକ, ଯୁବ ମୋର୍ଚ୍ଚା ସଭାପତି ଯଜ୍ଞଦତତ୍ତ ପତି, ବିଜେପି ନେତା ତାପସ ବେହେରା, ଗୋପବନ୍ଧୁ ବେହେରା, ସୁନେଲି ଦାସ, ଚନ୍ଦନ ସେନାପତି, ନୀଳମଣି ଜେନା, ରତ୍ନାକର ଜେନା, ସୁରେଶ ଦାସ, ଜୟନ୍ତୀ ବେହେରା, ଅଂଜନା ଦଳେଇ, ଭକ୍ତହରି ମହାଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।