Odiapua.com

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ତରଫରୁ କରୋନା ଯୋଦ୍ଧା ସମ୍ମାନିତ

ତାଳଚେର,୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ସାରା ବିଶ୍ୱରେ କରୋନା ଭୂତାଣୁ ଏହାର କାୟା ବିସ୍ତାର କରି ଜନଜୀବନକୁ ଅସ୍ତବ୍ୟସ୍ତ କରିବାସହ ଲୋକ  ମାନଙ୍କୁ ମୃତ୍ୟୁମୁଖରେ ପକାଇ ଚାଲିଥିବା ବେଳେ ଅଦ୍ୟାବଧି ବିଶ୍ୱର ବୈଜ୍ଞାନିକମାନେ ଏହାର ଭାକସିନ୍ ବାହାର କରିବାରେ ସମ୍ପୂର୍ଣ୍ଣ ସଫଳତା ହାସଲ କରି ପାରିନାହାନ୍ତି । ଅନ୍ୟପକ୍ଷରେ ଏହି କରୋନା ସଂକ୍ରମଣରୁୁ ବର୍ତିବା ପାଇଁ ଘରେ ରହିବା ତଥା ନାକ ଓ ପାଟିକୁ ମାସ୍କ ଦ୍ୱାରା ଘୋଡ଼ାଇବା ପାଇଁ ପରାମର୍ଶ ଦିଆଯାଉଛି । ସେହିପରି ସର୍ବସାଧାରଣ ସ୍ଥାନରେ ଚଳ ପ୍ରଚଳ କଲାବେଳେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାର ମଧ୍ୟ ଆବଶ୍ୟକତା ରହିଛି । ଅପରପକ୍ଷେ ଯେଉଉଁମାନେ କୋଭିଡ଼-୧୯ ଦ୍ୱାରା ସଂକ୍ରମିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି,ଏବଂ ସେଠାରେ ଯେଉଁମାନେ ରୋଗୀମାନଙ୍କର ଚିକିତ୍ସା ଦାୟିତ୍ୱରେ ଅଛନ୍ତି,ସେମାନେ କରୋନା ଯୋଦ୍ଧା ହିସାବରେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ତାଳଚେର କୋଭିଡ ହସପିଟାଲର ଚିକିତ୍ସକ, ତତ୍ୱାବଧାରକ, ସେବିକା, ସଫେଇ କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ,ପୋଲିସ,ପ୍ରଶାସନରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ଉତ୍ସାହିତ କରିବାପାଇଁ ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଘ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ତରଫରୁ ଦୁଇ ପାଦ ଆଗକୁ ଯାଇ ସେମାନଙ୍କୁ ମାନପତ୍ର,ଉତରୀୟ,ଫେସିଆଲ ମାସ୍କ ଓ ସାନିଟାଇଜର ପ୍ରଦାନ କରାଯିବା ସହ ବିଶ୍ୱ ପ୍ରକୃତି ଦିବସ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନକୁ ପ୍ରକୃତିର ସୁରକ୍ଷା ନିମିତ ଫଳଚାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ତାଳଚେର ଉପଖଣ୍ଡ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୁତି ବିଭାଗର ଡାକ୍ତର ସୁସ୍ମିତା ସାହୁ ଯୋଗ ଦେଇଥିବା ବେଳେ ଟିଡବ୍ଲ୍ୟୁଜେଏ ର ସଭାପତି ଧୀରମୋହନ ରାୟ,ସାଧାରଣ ସମ୍ପାଦକ ସୈାଭାଗ୍ୟ ଚନ୍ଦ୍ର ନାୟକ,ଦୂରଦର୍ଶନ ପ୍ରତିନିଧି ଦେବରଞ୍ଜନ ସାମଲ, ସ୍ୱେଚ୍ଛାସେବୀ ନନ୍ଦ କିଶୋର ମାହେଶ୍ୱରୀ,ଆଶୁତୋଷ ଦାସ,ଦୟା ସାଗର ଅତବୁଦ୍ଧି, ଅସିତ ସାହୁ,ସ୍ୱାଦର୍ପ ଫାଉଣ୍ଡେସନର ସମ୍ପାଦିକା କବିତା ରଣା,ସୁଶିଲ ପରିଡ଼ା,ସେଂଟ୍ରାଲ କଲୋନୀ ଫାଣ୍ଡି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।