ତାଳଚେର, ୧୬/୮(ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ବିନୟ କୁମାର ଖିଲାର ପ୍ରଥମେ ମଧୁବାବୁ ଏବଂ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ମହାବିଦ୍ୟାଳୟର ପରିସରରେ ଜାତୀୟ ପତାକା ଉତୋଳନ କରି ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ନେଇ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ ଏବଂ ସ୍ୱାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାନ୍ ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ। ଏଥିରେ କଲେଜ୍ ର ଏନ୍.ସି.ସି. କ୍ୟାଡେଟ୍, ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି କଲେଜ୍ ବଏଜ୍ ହଷ୍ଟେଲ୍ କ୍ୟାମ୍ପସରେ ସୁପରିଟେଣ୍ଡେଟ୍ ଅଧ୍ୟାପକ ଡ. ସନ୍ତୋଷ ପାତ୍ର ଓ ଡେପୁଟୀ ସୁପରିଟେଣ୍ଡେଣ୍ଟ ଅଧ୍ୟାପକ ଶଶାଙ୍କ ପ୍ରଧାନ ଜାତୀୟ ପତାକା ଉତୋଳନ କରିଥିବାବେଳେ ବାଳିକା ହଷ୍ଟେଲ୍ କ୍ୟାମ୍ପସ୍ ରେ ସୁପରିଟେଣ୍ଡେଟ୍ ଅଧ୍ୟାପିକା ସୁନିତା ସାହୁ ଓ ଡେପୁଟୀ ସୁପରିଟେଣ୍ଡେଟ୍ ଅଧ୍ୟାପିକା ଅପସନା ବେଗମ ପତାକା ଉତୋଳନ କରି ଉଦବୋଧନ ଦେଇଥିଲେ। ଜାତୀୟ ଦିବସ ପାଳନ ବେଳେ ମହାବିଦ୍ୟାଳୟର ପ୍ରାଧ୍ୟାପକ ହିମାଂଶୁ ଶେଖର ଖଡିରତ୍ନ, ମେଜର ସୁବ୍ରତ ଦାସ, ଦତାତ୍ରେୟ ଶତପଥି, ସୁରେଶ କୁମାର ବେହେରା, ସରୋଜ କୁମାର ପ୍ରଧାନ, ବାସନ୍ତି ବଳିୟାର ସିଂ, ଅଶୋକ କୁମାର ବେହେରା, ରାକେଶ କୁମାର ମଲ୍ଲିକ୍, ପୁଷ୍ପଲତା ରଥ, ପବିତ୍ର ନନ୍ଦ, ନବକିଶୋର ମହାପାତ୍ର, ରଞ୍ଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।