Odiapua.com

ତାଳଚେର ସ୍ୱୟଂଶାସିତ କଲେଜ ନୃତତ୍ୱ ବିଭାଗ ପକ୍ଷରୁ ‘ଋତୁସ୍ରାବ ଓ ସ୍ୱଚ୍ଛତା’ ଶୀର୍ଷକ ଆଲୋଚନା

ତାଳଚେର, ୧୨/୯(ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୃତତ୍ୱ ବିଭାଗ ପକ୍ଷରୁ ‘ଋତୁସ୍ରାବ ଓ ସ୍ୱଚ୍ଛତା’ ଶୀର୍ଷକ ବାଳିକ ମାନଙ୍କର ଏକ ସ୍ୱାସ୍ଥ୍ୟ ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିନୟ କୁମାର ଖିଲାର ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ସ୍ତ୍ରୀ ଓ ପ୍ରସୁତି ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ଅଶୋକ କୁମାର ବେହେରା ଯୋଗଦେଇ ବାଳିକା ମାନଙ୍କର ଋତୁସ୍ରାବର ପୂର୍ବ ଏବଂ ପରବର୍ତି ସମୟରେ ସ୍ୱଚ୍ଛତା ଏବଂ ତତ୍ ଜନିତ ବିଭିନ୍ନ ସଂକ୍ରମଣ ରୋକିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କଲେଜର ପ୍ରାଣୀ ବିଜ୍ଞାନର ପ୍ରାଧ୍ୟାପିକା ଜୟଶ୍ରୀ ତିୱାରୀ ଯୋଗଦେଇ ଋତୁସ୍ରାବ ଜନିତ ସମସ୍ୟା ଓ ଏହାର ଅନ୍ଧବିଶ୍ୱାସକୁ ଦୂରେଇବା ପାଇଁ ପ୍ରତ୍ୟେକ ବାଳିକା ସାନିଟାରୀ ନାପ୍‌କିନ୍ ବ୍ୟବହାର କରିବା ଆବଶ୍ୟକ ବୋଲି କହିଥିଲେ। ପ୍ରାରମ୍ଭରେ ପ୍ରାଧ୍ୟାପିକା ଡ. କଳ୍ପନା ବୋଇତି ସ୍ୱାଗତ ଭାଷଣ ଦେବା ସହିତ ବାଳିକାମାନେ ସଚେତନ ହେଲେ ବିଭିନ୍ନ ସମସ୍ୟା ଦୂର ହୋଇପାରିବ ବୋଲି କହିିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡ. ଚମ୍ପକ ସାହୁ, ଡ. ଓମ୍ ବାଂଗ୍‌ମୟୀ କବିକନ୍ୟା, ନେକୁରିଆ ସାହୁ, ଡ. ସଂଯୁକ୍ତା ବେବର୍ତା, ସୁନିତା ସାହୁ, ଗୀତା ଶତପଥି, ବାସନ୍ତି ବଳିୟାର ସିଂ, କ୍ରିଷ୍ଟିନା ରାଣୀ ଲିମା, ସୁପ୍ରଭା ବେହେରା, ମଧୁସ୍ମିତା ନାୟକ, ସୁଜାତା ମଲ୍ଲିକ୍‌, କୁନ୍ତଳା ସଏ, ସ୍ୱେତଲୀନା କର, ରୁବିନା ବେହେରାଙ୍କ ସମେତ କଲେଜର ବହୁ ଛାତ୍ରୀ ଉପସ୍ଥିତ ଥିଲେ। ଏହାପରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଶଶାଙ୍କ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ନବକିଶୋର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।