Odiapua.com

ତାଳଚେର ସାର କାରଖାନା ଜମିହରା ପୂର୍ବତନ କର୍ମଚାରୀ ସଂଘ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ତାଳଚେର, ୮/୧ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ସାର କାରଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଜମିହରା ପୂର୍ବତନ କର୍ମଚାରୀ ସଂଘ ତରଫରୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ସାର କାରଖାନା ଦ୍ୱାରା ଜମି ହରାଇ ଚାକିରୀ କରିଥିବା କର୍ମଚାରୀମାନଙ୍କୁ ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଚାକିରୀ ହରାଇବାକୁ ପଡିଥିଲା ବୋଲି ସଂଘ ତରଫରୁ ସଭାପତି ଅରୁଣ ସିଂ ଓ ସମ୍ପାଦକ ଧୃବ ଚରଣ ଧିର ମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଇବା ସହିତ ନୂତନ ପ୍ଳାଣ୍ଟରେ ଜମି ହରାଇଥିବା ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ଚାକିରୀ ପ୍ରଦାନ ନିମନ୍ତେ ଦାବି ଜଣାଇଥିଲେ। ପ୍ରତି ଉତରରେ ମନ୍ତ୍ରୀ ମହୋଦୟ ଥଇଥାନର ନିମନ୍ତେ ଖୁବ୍ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ଜଣାଇଥିଲେ। ସଂଘର ସଦସ୍ୟମାନେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଜରିଆରେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଧାୟକ ମହୋଦୟ ନିଜେ ମଧ୍ୟ ଜମିହରା ପୂର୍ବତନ କର୍ମଚାରୀଙ୍କ ପରିବାରରୁ ଜଣକୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ ନିମନ୍ତେ ମନ୍ତ୍ରୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂଘ ତରଫରୁ ଦାବିପତ୍ର ସମୟରେ ସଭାପତି ଅରୁଣ ସିଂ, ସଂପାଦକ ଧୃବ ଚରଣ ଧିର, କାର୍ଯ୍ୟକାରୀ ସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ, ଉପସଭାପତି ସୁରେଶ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ସୁଧାକର ନାଏକ, ହୃଦାନନ୍ଦ ସିଂ, ପ୍ରଫୁଲ କୁମାର ଧିର, ଧୀରେନ୍ ଥମ୍ବ, ନିଶିକାନ୍ତ ଥମ୍ବ, ଗିରୀଶ ଚନ୍ଦ୍ର ସାହୁ, ପାଣ୍ଡବ ନାଏକ, ବନବିହାରୀ ସାହୁ, ବିକାଶ ହୋତା, ନିରଞ୍ଜନ ସାହୁ, ସଂଜୀବ ରାଉତ, ସୁଶାନ୍ତ ଖିଲାର, ମାନସ ନାଏକ, ଅମିତ ପ୍ରଧାନ, ଅଜୁ ଭୂତିଆ, ମୁନା ସାହୁ, ହାପି ସିଂ, ସୁବୋଧ ଧିର, ଶିଲୁ ଧୀରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।