Odiapua.com

ତାଳଚେର କନିଷ୍ଠ ମହାବିଦ୍ୟାଳୟର ଜିଲ୍ଳା ଟପର୍‍ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ପାର୍ଥସାରଥି ସାହୁ ଏବଂ ଯୁକ୍ତ ଦୁଇ କଳା ବିଭାଗର ଓମ୍‍ ପ୍ରକାଶ ଜେନା ବାର୍ଷିକ ପରୀକ୍ଷା ୨୦୨୨ରେ କୃତକାର୍ଯ୍ୟ ହୋଇ ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଅନୁଗୋଳ ଜିଲ୍ଳାରେ ଟପର୍‍ ହୋଇ ନିଜ ପିତାମାତାଙ୍କର ଗୌରବ ରଖିବା ସହିତ ମହାବିଦ୍ୟାଳୟକୁ ମଧ୍ୟ ଗୌରାବାନ୍ୱିତ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ କୁମାର ଖିଲାର ତାଙ୍କର ଏହି କୃତକାର୍ଯ୍ୟକୁ ନେଇ ଦୁଇଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଉତରୀୟ ଏବଂ ସ୍ମୃତି ଫଳକ ଦେଇ ସମ୍ବର୍ନ୍ଧିତ କରିଥିଲେ। ପ୍ରାଣୀ ବିଜ୍ଞାନ ମୁଖ୍ୟ ପ୍ରାଧ୍ୟାପିକା ତଥା ପ୍ରଶାସନିକ ଅଧିକାରିଣୀ ଜୟଶ୍ରୀ ତିୱାରୀ ସଭାକାର୍ଯ୍ୟ କରିଚାଳନା କରିଥିଲେ। ପ୍ରାଧ୍ୟାପକ ହିଂମାଶୁ ଶେଖର ଖଡ଼ିରତ୍ନ, ପ୍ରାଧ୍ୟାପିକା ଡ଼ଃ କଳ୍ପନା ବୋଇତି, ପ୍ରାଧ୍ୟାପକ ସୁବ୍ରତ କୁମାର ଦାସ, ଅଧ୍ୟାପକ ରଞ୍ଜିତ କୁମାର ସାହୁ, ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶେଷରେ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଦତାତ୍ରୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।