Odiapua.com

ତାଳଚେର ଓକିଲ ସଂଘ ତରଫରୁ ସ୍ୱାଧୀନତା ଦିବସ ପାଳିତ

ତାଳଚେର, ୧୬/୮(ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଓକିଲ ସଂଘ ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ସହ ୭୬ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ସନ୍ତୋଷ କୁମାର ସାହୁ ସିଭିଲ୍‍ କୋର୍ଟ ପରିସରରେ ଜାତୀୟ ପତାକା ଉତୋଳନ କରବାସହ ସ୍ୱାଧୀନତାରେ ୭୫ ବର୍ଷ ମଧ୍ୟରେ ଆମ୍ଭେ ବହୁତ କିଛି ଲାଭ କରିଛେ ଓ ବିଚାର ବିଭାଗୀୟ ପାଇଁ ଭାରତ ସମ୍ବିଧାନ ଓ ଗଣତନ୍ତ୍ର ତିଷ୍ଠି ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ସଂଘର ସମସ୍ତ ସଦସ୍ୟ/ସଦସ୍ୟା, ସ୍କୁଲ ଛାତ୍ରମାନଙ୍କୁ ନେଇ ୭୫ ମିଟର ବିଶିଷ୍ଟ ଜାତୀୟ ପତାକାକୁ ଧରି ହାଟତୋଟା ସହର ପରିକ୍ରମା କରିଥିଲେ। ଏହା ପରେ ମଧୁବାବୁ ସମ୍ମିଳନୀ କକ୍ଷରେ ‘ସ୍ୱାଧିନତାର ୭୫ ବର୍ଷ ପରେ ଆମ ଭାରତ’ ବିଷୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେରର ଅତିରିକ୍ତ ଜିଲ୍ଲାଜଜ୍‍ ରବୀନ୍ଦ୍ର କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ ସିଭିଲ୍‍ ଜଜ୍‍ ସିନିୟର ଡିଭିଜନ୍‍ ବବିତା ଦାସ ଓ ଜେ.ଏମ୍‍.ଏଫ୍‍.ସି. ଅସିତ୍‍ କୁମାର ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଂଘର ବରିଷ୍ଠ ଆଇନଜୀବୀ ଅରୁଣ ଶଙ୍କର ମିଶ୍ର, ଦେବୀ ପ୍ରସାଦ ରଥ, ହରେକୃଷ୍ଣ ପାତ୍ର, ଛବି କୁମାର ସାହୁ, ପେସ୍କାର ଗଡ଼ନାୟକ, ଜ୍ଞାନରଞ୍ଜନ ପାଣି, ପ୍ରଭାତିନୀ ଆଚାର୍ଯ୍ୟ, ନରେଶ ନାଏକ, ନିର୍ମଳ ତ୍ରିପାଠୀ, ପ୍ରଫୁଲ ନାଏକ, ଏମ୍‍.ଡି. ଇକବାଲ୍‍, ବାଉରୀବନ୍ଧୁ ବେଜ, ନିମାନି ମହାନ୍ତି ପ୍ରମୁଖ ବିତର୍କରେ ଭାଗ ନେଇଥିଲେ। ଶେଷରେ ସଂଘର ସାଧାରଣ ସମ୍ପାଦକ ଦିନବନ୍ଧୁ ସାହୁ ଉଦବୋଧନ ଦେବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ। ସଂଘର ସାଂସ୍କୃତିକ ସମ୍ପାଦକ ରାଜେନ୍ଦ୍ର ସିଂ ଡିଙ୍ଗରା, ସହ ସମ୍ପାଦକ ଚିନ୍ମୟ ରାଏ, କୋଷାଧ୍ୟକ୍ଷ କରୁଣାକର ନାୟକ, ଅଡିଟର ବବିତା ଦାସ, ଆଇନ୍‍ଜୀବୀ ଅରବିନ୍ଦ କୁମାର ବାରିକ, ଅଖିଳ ସାମଲ, ରବୀନ୍ଦ୍ର ସାମନ୍ତ, ଭଗବାନ ଓଝା, ମଞ୍ଜରୀ ପ୍ରଧାନ, ଗୀତାରାଣୀ ମହନ୍ତ, ରଞ୍ଜିତା ଗଡ଼ନାୟକ, ରେଣୁବାଳା ମିଶ୍ର, ସ୍ୱର୍ଣ୍ଣଲତା ଆଚାର୍ଯ୍ୟ, ରଞ୍ଜିତ୍‍ ଘୋଷ, ଗିରିଜା ଶଙ୍କର ମିଶ୍ର, ଦୟାସାଗର ମିଶ୍ର, ସ୍ମୃତିସ୍ମିତା ମହାନ୍ତି, ପ୍ରଭାତ କୁମାର ମହାନ୍ତି, ସନ୍ତୋଷ ଦେହୁରୀ, ସୁଚିତ୍ରା ସାହୁ, ସର୍ବେଶ୍ୱର ନାଏକ, ଅରବିନ୍ଦ ପଟ୍ଟନାୟକ, ଅନୁକୁଳ ମହାନ୍ତି, ବିଜୟ ନାହାକ, ପ୍ରକାଶ ମହାରଣା, ଅର୍ଜୁନ ଭୂତିଆ, ପ୍ରଦୀପ ନାଏକ, ନରୋତମ ବିଶ୍ୱାଳ, ପ୍ରସାଦ କୁମାର ଖିଲାର, ରବୀନ୍ଦ୍ର ଦେହୁରୀ, ମାନସ ବାଇ, ମାନସ ରାଏ, ସୌମେନ୍ଦ୍ର ମିଶ୍ର, ବିଦ୍ୟାଧର ସେଠି, ରାହାସ ଜେନା, ଶୈଳେନ୍ଦ୍ର ସିଂହ, ମନୋରଞ୍ଜନ ପାତ୍ର, ଅଶିନୀ ସାହୁ, ସୁଭାଷ ରାଉତ, କେଶବ ଭୂତିଆ, ଅମରେନ୍ଦ୍ର ରାଏ, ମହାବୀର ପ୍ରସାଦ ଅଗ୍ରୱାଲା ପ୍ରମୁଖ ଉପସ୍ଥିତ ଥିଲେ।