Odiapua.com

ତାଳଚେରର ନୂତନ ତହସିଲଦାର ଭାବେ ମନ୍ମଥ ନାୟକଙ୍କ ଯୋଗଦାନ

ତାଳଚେର,୨୮/୫(ଓଡ଼ିଆପୁଅ/ଅଜିତ କୁମାର ବେହେରା):ଅନୁଗୋଳ ଜିଲ୍ଲା ତାଳଚେରର ନୂତନ ତହସିଲଦାର ଭାବେ ମନ୍ମଥ ନାୟକ ଯୋଗ ଦେଇଛନ୍ତି। ପୂର୍ବ ତହସିଲଦାର ଗୌରୀ ନାଏକଙ୍କ କେନ୍ଦୁଝର ବଦଳି ହେବାପରେ ତାଳଚେରର ଦାୟିତ୍ୱ କଣିହାଁ ତହସିଲଦାର ପତିତପାବନ ଦେବତା ଅସ୍ଥାୟୀ ଭାବେ ଦାୟିତ୍ୱ ନିଭାଉଥିଲେ। ଏବେ ଶ୍ରୀ ଦେବତା ନୂତନ ତହସିଲଦାରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ୨୦୧୬ ବ୍ୟାଚ୍‌ର ଓଏସ୍ ଶ୍ରୀ ନାୟକ ପ୍ରଥମେ ନୂଆପଡ଼ା ଓ ବଲାଙ୍ଗୀର ବେଲପଡ଼ା ତହସିଲଦାର ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଆସିଥିଲେ ।